ଭୁବନେଶ୍ୱର : ଭୁବନେଶ୍ବରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳୀୟ ନେତା ଓ କର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ ଶୁଣିଲେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ କାର୍ଯ୍ୟକ୍ରମରେ ନିଶାମୁକ୍ତ ଦେଶ ଗଠନ ନେଇ ଯୁବକମାନଙ୍କୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଞ୍ଚଳର ମୈଥିଲି ଭୁଏଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସେ କହିଲେ ଯେ, ମୈଥିଲି ଡେବ୍ରିଗଡ଼ ଅଞ୍ଚଳର ଜଣେ ସାଧାରଣ ମହିଳା। ଜଙ୍ଗଲରୁ ସାଧନ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଜଙ୍ଗଲର ସଂରକ୍ଷଣ ଲାଗି ମନ ବଳାଇଛନ୍ତି ମୈଥିଲି। ୬୦ରୁ ଅଧିକ ମହିଳାଙ୍କୁ ନେଇ ଜଙ୍ଗଳ ସଂରକ୍ଷଣରେ ଲାଗିଛନ୍ତି, ବୃକ୍ଷର ରକ୍ଷଣାବେକ୍ଷଣ ସହ ବନ୍ୟଯନ୍ତୁଙ୍କ ସୁରକ୍ଷା ବି କରୁଛନ୍ତି। ଇକୋଟୁରିଜିମ୍କୁ ମଧ୍ୟ ଅଧିକ ଗୁରୁତ୍ବ ଦେଉଛନ୍ତି ମୈଥିଲି। ମୈଥିଲିଙ୍କ ପ୍ରୟାସରୁ ପ୍ରକୃତିର ରକ୍ଷା କରାଯାଇପାରୁଛି। ଜୀବନ ଜୀବିକାରେ ମଧ୍ୟ ସମୃଦ୍ଧି ସଂସ୍ଥାପନ ସମ୍ଭବ ହେଉଛି।
powered by social2s

