ଭୁବନେଶ୍ୱର: ବର୍ତ୍ତମାନ କରୋନା ବାୟୁମଣ୍ଡଳରେ ବ୍ୟାପୁଥିବାରୁ ମାକ୍ସ କୁ ସଠିକ ଭାବରେ ପିନ୍ଧନ୍ତୁ ବୋଲି କହିଛନ୍ତି କଟକ ଏସସିବି ମେଡିକାଲ ର ପ୍ରଫେସର ନିବେଦିତା ପାଣି।ମାକ୍ସକୁ ମୁହଁ ଅଧାରୁ ବନ୍ଦ କରି ନାକ ଓ ପାଟିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି।ସେ କହିଛନ୍ତି ଯେ, ମାକ୍ସ ମୁଖ୍ୟତଃ ୩ ପ୍ରକାର। କପଡା ମାକ୍ସ, ସରଜିକାଲ୍ ମାକ୍ସ ଓ ଏନ- ୯୫ ମାକ୍ସ।କପଡା ମାକ୍ସ ପିନ୍ଧୁଥିଲେ ଏହାକୁ ଭଲ ଭାବରେ ସଫା କରି ବାରମ୍ବାର ବ୍ୟବହାର କରିପାରିବେ।ସେହିଭଳି ସରଜିକାଲ୍ ମାକ୍ସ ପିନ୍ଧୁଥିଲେ ଏହାକୁ ଥରେ ମାତ୍ର ପିନ୍ଧନ୍ତୁ।ମୁହଁରେ ପିନ୍ଧିବା ଓ କାଢିବା ସମୟରେ ଭଲଭାବରେ ହାତ ସଫା କରିବା ଆବଶ୍ୟକ।
powered by social2s

