ନେପାଳ ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତି ବିଶେଷମାନଙ୍କ ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭାଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଶିବସେନା ପ୍ରମୁଖ ଏକନାଥ ଶିନ୍ଦେ ସାହେବଙ୍କ ନିର୍ଦ୍ଦେଶ ଅନୁସାରେ ରାଷ୍ଟ୍ରୀୟ ସଚିବ କ୍ୟାପଟେନ ଅଭିଜିତ ଅଡଶୁଲଙ୍କ ଦିଗଦର୍ଶନରେ ଶିବସେନା ଓଡ଼ିଶା ରାଜ୍ୟ ପ୍ରମୁଖ ରୁଦ୍ରନାରାୟଣ ଜିତ୍ ବାବୁଙ୍କ ନେତୃତ୍ୱରେ ନେପାଳରେ ଘଟିଥିବା ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତି ବିଶେଷମାନଙ୍କ ଆତ୍ମାର ସଦଗତି ନିମନ୍ତେ ଭୁବନେଶ୍ୱରରେ ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗମାନଙ୍କ ପାଖରେ ସମ୍ବେଦନା ପ୍ରକଟ କରିବା ପାଇଁ ଦୀପଦାନ କାର୍ଯ୍ୟକ୍ରମରେ ଶିବସେନାର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୭ଟା ସମୟରେ ଶ୍ରେୟା ଟକିଜ୍ ଛକ ଠାରୁ ରାମ ମନ୍ଦିର, ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ମାଧ୍ୟମରେ କରାଯାଇଥିଲା।

powered by social2s