ଭୁବନେଶ୍ୱର : ଓଡ଼ିଶାରେ ଅଲଗା ଅଲଗା ବନ୍ୟା ଜନିତ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ କୁଳିଡା ଗାଁର ସୁମତୀ ଜେନା ନିଜ ପୁଅ ଓ ଶାଶୁଙ୍କୁ ଉଦ୍ଧାର କରିବା ପରେ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ଦ୍ୱିତୀୟ ଘଟଣାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ନାଛିନ୍ଦା ଗାଁର ସନ୍ନ୍ୟାସୀ ରାଜ୍ ମାଛ ଧରୁଥିବା ବେଳେ ବୁଡିଯାଇ ପ୍ରାଣ ହରାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦-୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
powered by social2s

