ଶୈଳବାଳା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ ଏବଂ ଶ୍ରୀ ସାଇ ଶ୍ରଦ୍ଧା ମହାବିଦ୍ୟାଳୟ ପରିସରରେ ଗୁରୁ ଦିବସ ଆଡମ୍ବର ସହକାରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଫୋରେଷ୍ଟ କଲୋନୀ ସ୍ଥିତ ଶୈଳବାଳା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ ଏବଂ ଶ୍ରୀ ସାଇ ଶ୍ରଦ୍ଧା ମହାବିଦ୍ୟାଳୟ ପରିସରରେ ଗୁରୁ ଦିବସ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ପ୍ରତିଷ୍ଠାନର ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ:ଗୁରୁ ପୂଜନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅଧ୍ୟାପକ ମାନଙ୍କୁ ସମ୍ବର୍ଦ୍ଧନା ତଥା ଛାତ୍ରଛାତ୍ରୀମାନେ ନିଜର ପ୍ରିୟ ଟ୍ୟୁଟର ଓ ଅଧ୍ୟାପକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ମାନିତ କରିବା ସହ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ: ନର୍ସିଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୁରୁଙ୍କ ମହିମାକୁ ନେଇ ସୁନ୍ଦର ବକ୍ତୃତା, ସଙ୍ଗୀତ ଗାନ କରାଯାଇଥିଲା l ଏହି ଅବସରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ କେବଳ ପାଠ୍ୟପୁସ୍ତକ ନୁହେଁ, ବରଂ ଜଣେ ଦକ୍ଷ ଓ ସେବା ମନୋଭାବାପନ୍ନ ସ୍ୱାସ୍ଥ୍ୟକର୍ମୀ ଭାବେ ନିଜକୁu ଗଢ଼ିତୋଳି ସମାଜର ସେବା କରିବା ପାଇଁ ଉପଦେଶ ଦେଇଥିଲେ l ଏଇ ଅବସରରେ ଅନୁଷ୍ଠାନ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷା ମିସ୍ ପୂର୍ଣ୍ଣିମା, ଉପ ଅଧ୍ୟକ୍ଷା ମିସ୍ ଲଳିତା, ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ମିସ୍ ଜେମିମା, ମିସ୍ ବାସନ୍ତୀ ବିଷୋୟୀ, ଜାପି ମିସ୍, ଆଭାଶ୍ରୀ ମିସ୍ ପ୍ରମୁଖ ଯୋଗ ଦେଇ ଗୁରୁଦିବସର ମହତ୍ତ୍ୱ କଥା ପିଲାଙ୍କୁ ବଖାଣିଥିବା ଦେଖାଦେଇଅଛି l ପିଲାମାନେ ସବୁବେଳେ ନିଜ ପିତାମାତା ତଥା ଗୁରୁଙ୍କୁ ଉଚିତ ସମ୍ମାନ କରିବା ତଥା ଭବିଷ୍ୟତରେ ପିଲାମାନେ କିଭଳି ଜଣେ ଜଣେ ସୁନାଗରିକ ଭାବେ ନିଜକୁ ନିଜେ ଗଢି ତୋଳିବେ ବୋଲି ଇଂରାଜୀ ଅଧ୍ୟାପକ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ l

powered by social2s