ଭୁବନେଶ୍ୱର : ଦଶମ-ଦ୍ଵାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ। କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ଓଡ଼ିଶା ସରକାର। ଏହି ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍.ଥିରୁମଲ୍ଲା ନାୟକ। ଦ୍ଵାଦଶ ପାଇଁ ପ୍ରସ୍ତୁତ ରହିବାକୁ ସି ଏଚ ଏସ ଇ କୁ ନିର୍ଦ୍ଦେଶ ଦିଆଯାଇଛି। ମୁକ୍ତ ବିଦ୍ୟାଳୟରେ ହେବ +୨ ପାଠ୍ୟକ୍ରମ। ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା। ମାଗଣା ଡିଜିଟାଲ ଶିକ୍ଷା ପାଇଁ ସି ଏଚ ଏସ ଇକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆରେ +୨ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ।
powered by social2s

