କୋରାପୁଟ: ପବିତ୍ର ଗୁରୁ ଦିବସ ଅବସରରେ ଭଦ୍ରକ ସ୍ଥିତ ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଶ୍ରେଷ୍ଠ ଗୁରୁ ସମ୍ମାନ-୨୦୨୬" ସମ୍ମାନରେ ସମ୍ମାନିତ କରାଯାଇଅଛି l ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଶ୍ରୀସାଇ ଶ୍ରଦ୍ଧା ମହାବିଦ୍ୟାଳୟ ଏବଂ ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସର ଇଂରାଜୀ ଅଧ୍ୟାପକ l କୋରାପୁଟ ଜିଲ୍ଲାର ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଥିବା ଖବର ମଧ୍ୟ ରହିଅଛି l ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ଆଜିର ଗୁରୁଦିବସ କାର୍ଯ୍ୟକ୍ରମରେ ଜାତୀୟ କବି ଲେଖକ ସଂଗଠନର ସମ୍ପାଦକ ସଭାପତି ଶ୍ରୀଯୁକ୍ତ ଦୀନବଂଧୁ ବେଜ୍ ଙ୍କ ସହ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ଶ୍ରେଷ୍ଠ ଗୁରୁ ସମ୍ମାନ-୨୦୨୬"ରେ ସମ୍ମାନିତ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମଧ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l
ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ "ଶ୍ରେଷ୍ଠ ଗୁରୁ ସମ୍ମାନ-୨୦୨୬" ସମ୍ମାନରେ ସମ୍ମାନିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

