ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ ଭେଟଭାଟ ଆଜି ସମ୍ବଲପୁରସ୍ଥ ଇଷ୍ଟ ଦେବୀ ମା ସମଲେଇ ମନ୍ଦିର ରେ ଏକ ମହତ୍ୱପୂର୍ଣ ପରିବେଶ କୁ ନେଇ ସମାପନ ହୋଇଛି | ଶକ୍ତି ପୀଠ ଦେବୀ ମାତା ଙ୍କ ଆଳୟ ରେ ନବାନ୍ନନୈବେଦ୍ୟ ର ସୁବନ୍ଦବସ୍ଥ ଅବଲୋକନ କରିବା ବାସ୍ତବ ରେ ଏକ ମହତ୍ୱପୂର୍ଣ ଉପବାଦ୍ୟ | ମା ଙ୍କ ସମୀପ ରେ ନିର୍ଦିଷ୍ଟ ସମୟ ର ଏକ ଶୁଭ ଲଗ୍ନ ରେ ନୂଆଖାଇ ର ଏକ ସୁବିସ୍ତୃତ ଯୋଜନା ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା | ଏହି ରମଣୀୟ ପର୍ବ ରେ ସମ୍ବଲପୁର ଅଗ୍ରଣୀ ହେଲେ ମଧ୍ୟ, ସୁନ୍ଦରଗଡ଼, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ରେ ଏହାର ଧାରା ଅତ୍ୟନ୍ତ ପ୍ରଶଂସନୀୟ | ଘଣ୍ଟଘଣ୍ଟି, ତୁରୀ ବାଦ୍ୟ ଏବଂ ଶଙ୍ଖ ଧ୍ୱନି ର ସୁମଧୁର ସଙ୍ଗମ ଭିତରେ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଅଭିଭୂତ ହୋଇଥିଲେ | ମୁଖ୍ୟ ଦେବୀଙ୍କର ନୀତି ପରେ ପାର୍ଶ୍ଵ ଦେବୀଙ୍କର ମଧ୍ୟ ଯଥୋଚିତ୍ତ ଉପାସନା ହୋଇଥିଲା | କୃଷିଭିତିକ ନୂଆଖାଇ ପର୍ବ ମା ଙ୍କ ଠାରୁ ଆରମ୍ଭ ହୋଇ ଦେଶ ଦେଶାନ୍ତର କୁ ସୁବିସ୍ତୃତ ହୋଇଥାଏ | ପୂଜକ ମାନଙ୍କ ନିଷ୍ଠା ଅର୍ଚନା କୁ ଭକ୍ତବୃନ୍ଦ ପସନ୍ଦ କରିଥିଲେ | ଏହି ପର୍ବ ରେ ସର୍ବେ ଭେଦଭାବ ପାସୋରି ଆପଣା ଆପଣା ଭିତରେ ଆଳାପ କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଏକ ଆକର୍ଷଣୀୟ ଯୋଜନା ହୋଇଥିଲା | ତତ୍ପଶ୍ଚାତ ଭକ୍ତବୃନ୍ଦ ନିବାସ କୁ ପ୍ରତ୍ୟାବର୍ତନ କରି ଛ ତିଅଣ ଓ ନଅ ଭଜା ର ପଙ୍କ୍ତି ଭୋଜନ ରେ ଭାଗ ନିଅନ୍ତି | ଏହି ସୁଧାମୟ ପରମ୍ପରା ଆବାହମାନ କାଳରୁ ଚାଲି ଆସିଛି ; ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ଚାଲୁ ରହିବ | ଏଥି ସହିତ ମୁଁ ଆମ ପରିବାର ତରଫ ରୁ ସମସ୍ତକୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି |

ଡାକ୍ତର ଜୀବନ କୃଷ୍ଣ ମିଶ୍ର।

powered by social2s