କୋରାପୁଟ: ଶାବର ଶ୍ରୀକ୍ଷେତ୍ରେ ନୁଆଁଖାଇ ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ରୁମକୁ ଝୁମାନା ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି l ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଶ୍ରୀସାଇ ଶ୍ରଦ୍ଧା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ l କୋରାପୁଟ ଜିଲ୍ଲାର ଏହି ଯୁବ ଅଧ୍ୟାପକ ଜଣକ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଥିବା ଖବର ମଧ୍ୟ ରହିଅଛି l ଏତତ ବ୍ୟତୀତ ବିଭିନ୍ନ ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ଆଜିର କାର୍ଯ୍ୟକ୍ରମରେ ରୁମକୁ ଝୁମାନାର ସମ୍ପାଦକ ଶ୍ରୀଯୁକ୍ତ ଶାଶ୍ୱତ କୁମାର ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ୍ ହୋଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ମାନିତ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l
ଶାବର ଶ୍ରୀକ୍ଷେତ୍ରେ ନୁଆଁଖାଇ ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

