ଜୁନ ୧ ଯାଏଁ ବଢିଲା ଓଡ଼ିଶାରେ ଲକ୍ ଡାଉନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶା ସରକାର ଜୁନ୍ ୧ ଯାଏଁ ବଢାଇଲେ ଲକ୍ ଡାଉନ୍। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ୍ ଡାଉନ୍ ଜାରି ରହିବ। ତେବେ ଏଥରର ଲକ୍ ଡାଉନ୍ ସମୟରେ ପରିବା ଓ ଅତ୍ୟାବଶିକୀୟ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ରହିବ। ଦୈନିକ ୬ଘଣ୍ଟା ପରିବର୍ତ୍ତେ ୪ ଘଣ୍ଟା ସମୟ ଦିଆଯାଇଛି। ସେହିଭଳି ନୂଆ ଗାଇଡଲାଇନ ରେ ବିବାହ, ବ୍ରତଘର ଓ ଅନ୍ତୋଷ୍ଟି କ୍ରିୟା ରେ ୫୦ ଜଣଙ୍କ ପରିବର୍ତ୍ତେ ୨୫ ଜଣଙ୍କୁ ଅନୁମତି ମିଳିବ। ଏଥିରେ ଭୋଜିଭାତ ଆୟୋଜନ କୁ ସଂପୂର୍ଣ୍ଣ ମନା କରାଯାଇଛି। ତେବେ ପୂର୍ବଭଳି ଅତ୍ୟାବଶିକୀୟ କାର୍ଯ୍ୟ ପାଇଁ ଯାତାୟତ ଜାରି ରହିବ। ଏଥର ଏନ୍ଫୋର୍ସମେଣ୍ଟ କଡାକଡି ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ, କରୋନା ଚେନ୍ କୁ ବ୍ରେକ କରିବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ପୂର୍ବ ଲକ୍ ଡାଉନ୍ ରାଜ୍ୟର କରୋନା ସ୍ଥିତିରେ ଭଲ ଫଳ ଦେଇଥିବା ସେ କହିଛନ୍ତି।

powered by social2s