ମହାନଦୀରେ ଆସୁଛି ଛୋଟ ବନ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ମହାନଦୀ ଓ ଶାଖା ନଦୀରେ ଆସୁଛି ଛୋଟ ବନ୍ୟା ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ଚଳିତ ବର୍ଷର ଚତୁର୍ଥ ବନ୍ୟା ମହାନଦୀରେ ଆସୁଛି। ଲଘୁଚାପ ପ୍ରଭାବରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷାଯୋଗୁଁ ଜଳସ୍ତର ବଢ଼ିଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୮.୧୯ ଫୁଟ ରହିଛି। ହୀରାକୁଦରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ପଡ଼ିଲେ ଆଉ କିଛି ଗେଟ୍ ଖୋଲାଯିବ। ଆଜି ମଧ୍ୟରାତ୍ରିରେ ମୁଣ୍ଡଳୀରେ ୭ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବ। କାଲି ସକାଳ ୯ଟା ଭିତରେ ପ୍ରାୟ ୮ଲକ୍ଷ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି। କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଓ ଦୟାରେ ବନ୍ୟା ଆସିବ। କଟକ, ପୁରୀ, ଖୋରଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପ୍ରଭାବିତ ହେବ। ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି। ଜଳବନ୍ଦୀ ସ୍ଥିତି ୨୪ରୁ ୪୮ଘଣ୍ଟା ଲାଗି ରହିବ ବୋଲି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ।

powered by social2s