ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶା ତରଫରୁ ରାଜ୍ୟ ଫ୍ଲୋରବଲ୍ ଚୟନ ଶିବିର ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରେଲୱେ ଇଣ୍ଡୋର ଷ୍ଟାଡିୟମ ଠାରେ ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶା ଦ୍ୱାରା ତିନି ଦିନିଆ ରାଜ୍ୟ ଫ୍ଲୋର୍ ବଲ୍ ଚୟନ ଶିବିର ଆରମ୍ଭ ହୋଇଛି। ଏଥିରେ ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, କଟକ, ବଲାଙ୍ଗିର, ବାଲେଶ୍ୱର, ସୁବର୍ଣ୍ଣପୁର, କେନ୍ଦୁଝର, ପୁରୀ, ବରଗଡ଼ ଓ ଭଦ୍ରକ ଜିଲ୍ଲା ରୁ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ, ପ୍ରଶିକ୍ଷକ, ଅଭିଭାବକ ଓ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ଅତିଥି ଭାବେ ଅ।ନ୍ତର୍ଜାତୀୟ ପାରା ଅସି ଚାଳକ ରାଖାଲ କୁମାର ସେଠୀ ଯୋଗ ଦେଇ ତାଙ୍କ ନିଜର ଅଭିଜ୍ଞତା ଖେଳାଳି ମାନଙ୍କ ସହ ବାଣ୍ଟି ସେମାନଙ୍କୁ ଉତ୍ସାହିତ କରିଥିଲେ ଓ ଖେଳ ର ଶୃଙ୍ଖଳା ବିଷୟରେ ଅଧିକ ଧ୍ୟାନ ଦେବାକୁ ଉପଦେଶ ଦେଇଥିଲେ। ଜାତୀୟ ସ୍ତରର ପ୍ରଶିକ୍ଷକ ଗୀତା ପଣ୍ଡା ଓ ଆର୍ନ୍ତଜାତୀୟ ସ୍ତରର ପ୍ରଶିକ୍ଷକ ସସ୍ମିତା ମହାପାତ୍ର ଖେଳ ପରିଚାଳନା ଓ ସ୍କିଲ ଏସେସମେଣ୍ଟ କରିଥିଲେ। କେନ୍ଦ୍ରାପଡ଼ା ହକି ସମିତି ପକ୍ଷରୁ ରଶ୍ମି ରଞ୍ଜନ ପାତ୍ର ଓ ପୁରୀ ର ଶଶି ଭୂଷଣ ଜେନା କ୍ରୀଡ଼ା ପରିଚାଳନା ରେ ସହାୟତା କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ରାଜ୍ଯ ସଂଯୋଜକ ଅର୍ପିତା ମହାପାତ୍ର ଓ ବୋର୍ଡ ସଦସ୍ୟ ମନତୋଷ ବେହେରା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷକ ଙ୍କ ସହାୟତାରେ ପରିଚାଳନା କରିଥିଲେ। ଉଦଘାଟନୀ ଉତ୍ସବରେ ସାଇ ସୃତିକା ଆକର୍ଷଣୀୟ ଓଡ଼ିଶି ନୃତ୍ୟ ପରିବେଷଣ କରିଥିଲେ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ରାଜ୍ୟ ନିର୍ଦ୍ଦେଶକ ପ୍ରକାଶ ରଥ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ର ସହଯୋଗ ଓ ସହାୟତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s