ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍ଫେଡ୍। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯିବ। ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ଟୋନ୍ଡ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି କରାଯିବ। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବଢ଼ିବ। ଲିଟର ୫୮ ଟଙ୍କାରୁ ବୃଦ୍ଧି ପାଇ ହେବ ୬୦ ଟଙ୍କା। ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୧ ଟଙ୍କା ହେବ ବୃଦ୍ଧି। ଗୋଲ୍ଡ ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ହେବ ବୃଦ୍ଧି। ଲିଟର ୬୪ ଟଙ୍କାରୁ ବୃଦ୍ଧି ପାଇ ହେବ ୬୬ ଟଙ୍କା। ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୧ ଟଙ୍କା ହେବ ବୃଦ୍ଧି।
powered by social2s

