ଓଡିଶାରେ ମାତିଛନ୍ତି ସାଇବର କ୍ରିମିନାଲ: ଡିଜିପି ଅଭୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: କରୋନା ସମୟରେ ସାଇବର କ୍ରିମିନାଲ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଏମାନେ ଲୁଟୁଛନ୍ତି ବୋଲି ଆଜି ରାଜ୍ୟ ବାସୀଙ୍କୁ ସତର୍କ କରାଇଛନ୍ତି ପୁଲିସ ଡିଜି ଅଭୟ। 
ବିଶେଷ କରି ଟିକା, ଔଷଧ, ଟେଲି ମେଡିସିନ, ଅକ୍ସିଜେନ, ମାକ୍ସ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନାମରେ ସାଇବର୍ କ୍ରିମିନାଲ ମାନେ ଅନ୍ ଲାଇନ୍ ମାଧ୍ୟମରେ ଲୁଟୁଥିବା ସେ କହିଛନ୍ତି। 
 
ଅନ୍ ଲାଇନ ରେ ଯିଏ ମାଗଣା କିଛି ଦେବାପାଇଁ କହୁଛନ୍ତି ସେ ମାୟାରେ ପଡନ୍ତୁନି। ନିଜେ ଭାବି, ବିଚାର କରି କାମ କରନ୍ତୁ। ଅନ୍ ଲାଇନରେ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁଥିବା ସମୟରେ ସତର୍କ ରୁହିବାକୁ ଡିଜିପି ଅଭୟ କହିଛନ୍ତି। 
 
ସେହିଭଳି ଟିକା କିମ୍ବା ଟେଲିମେଡିସିନ୍ ପାଇଁ କେହି ଯଦି ଆଗୁଆ ଟଙ୍କା ପାଇଁ କହୁଛନ୍ତି, ଏଥପ୍ରତି ସାବଧାନ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି। 
 
ଅନ୍ ଲାଇନରେ ଖାଦ୍ୟ ପଦାର୍ଥ ଦେବା ନାମରେ ମଧ୍ୟ ଠକେଇ ହେଉଛି। ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।  ଅକ୍ସିଜେନ ପାଇଁ ଆଗୁଆ ଟଙ୍କା ମାଗୁଛନ୍ତି, ତେବେ ଏଥପ୍ରତି ସାବଧାନ ହୋଇ ନିଷ୍ପତ୍ତି ନିଅନ୍ତୁ। 
ଏହା ସହ ସେ କହିଛନ୍ତି ଯେ, କରୋନା ଟିକା କେବଳ ଆରୋଗ୍ୟ ସେତୁ, କୋୱନ୍ ଓ ଉମଙ୍ଗ ଆପ ମାଧ୍ୟମରେ ଉପଲବ୍ଧ ହେଉଛି। ଏହାଛଡା ଅନ୍ୟ କେଉଁ ଆପରେ ଟିକା ଦିଆଯାଉନାହିଁ ବୋଲି ସେ କହିଛନ୍ତି।
 
 
 
 
 
 
powered by social2s