ଭୁବନେଶ୍ୱର/ମୁମ୍ବାଇ: ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ପ୍ରତିଷ୍ଠିତ ଓଡ଼ିଆ ଉଦ୍ୟୋଗୀ ଇତିଶ୍ରୀ ରଥ ପ୍ରତିଷ୍ଠିତ ବିଜିନେସ ଓମ୍ୟାନ ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ୟବସାୟ ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନିଜର ପ୍ରେରଣାଦାୟୀ ଉଦ୍ୟୋଗୀ ଯାତ୍ରା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇତିଶ୍ରୀ ରଥ ଓଡ଼ିଶା ସମେତ ସାରା ଦେଶର ଆଶାୟୀ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଜଣେ ରୋଲ ମଡେଲ ଭାବେ ଉଭା ହୋଇଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ଇତିଶ୍ରୀ କୃତଜ୍ଞତା ଜଣାଇବା ସହ ବଡ଼ ସ୍ୱପ୍ନ ଦେଖି ତାହାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁଥିବା ସମସ୍ତ ମହିଳାଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଛନ୍ତି।
powered by social2s

