ଭୁବନେଶ୍ୱର : ବେଳେବେଳେ ମୋତେ ଏମିତି ଲାଗେ ଯେ ସବୁକିଛି ବହୁତ କଷ୍ଟକର; ହାର ମାନିନେବା ବା କାମ ଛାଡ଼ିଦେବା ହିଁ ସହଜ ମନେହୁଏ। ହୁଏତ ଆପଣ ମଧ୍ୟ କେବେ କେବେ ଏପରି ଅନୁଭବ କରୁଥିବେ। ଏଭଳି ପରିସ୍ଥିତିରେ, ସଫଳତା ହାସଲ କରିବା ପାଇଁ ଲୋକମାନେ କେତେ ଦୂର ଅତିକ୍ରମ କରି ଆସିଛନ୍ତି, ସେକଥା ମୁଁ ନିଜକୁ ମନେ ପକାଇବାକୁ ପସନ୍ଦ କରେ। ଉଦ୍ୟୋଗୀ, ଉଦ୍ଭାବକ ଏବଂ ନେତାମାନଙ୍କ କାହାଣୀ ପଢ଼ି ମୁଁ ଅନୁପ୍ରାଣିତ ହୁଏ—ଯେଉଁଥିରେ ସେମାନେ କିପରି ଅନେକ ବିଫଳତା ଓ ପ୍ରତ୍ୟାଖ୍ୟାନର ସାମ୍ନା କରି ଆଗକୁ ବଢ଼ିଥିଲେ ତାହା ବର୍ଣ୍ଣିତ ଥାଏ। ତେଣୁ, ମୁଁ ଏପରି ୧୦ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ବିଷୟରେ ଏକତ୍ରିତ କରିଛି ଯେଉଁମାନେ ମୋତେ ପ୍ରକୃତରେ ଅନୁପ୍ରାଣିତ କରନ୍ତି ଏବଂ ମୋର ବିଶ୍ୱାସ ଯେ ଆପଣଙ୍କ ଜୀବନଯାତ୍ରା ଯାହା ହେଉନା କାହିଁକି, ସେମାନେ ଆପଣଙ୍କୁ ମଧ୍ୟ ଅନୁପ୍ରାଣିତ କରିବେ। ମନେରଖନ୍ତୁ, ଏହି ବ୍ୟକ୍ତିମାନେ ଜନ୍ମରୁ ହିଁ ଧନୀ ବା ସୁବିଧାସମ୍ପନ୍ନ ପରିବାରରୁ ଆସିନଥିଲେ (କେବଳ ଫ୍ରାଙ୍କଲିନ୍ ରୁଜଭେଲ୍ଟଙ୍କୁ ଛାଡ଼ି)। ଥୋମାସ୍ ଏଡିସନ୍ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଥୋମାସ୍ ଏଡିସନ୍। କେବେ କ’ଣ ଆପଣ କେବଳ ଗୋଟିଏ କିମ୍ବା ଦୁଇଥର ବିଫଳ ହେବା କାରଣରୁ ନିରୁତ୍ସାହିତ ହୋଇପଡ଼ିଛନ୍ତି? ଗଣିତର ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରିନଥିବାରୁ ଶିକ୍ଷକ ଆପଣଙ୍କୁ 'ମୂର୍ଖ' ବୋଲି କହିଛନ୍ତି କି? କିମ୍ବା ଚାକିରିରୁ ବାହାର କରିଦିଆଯାଇଛି କି? ତେବେ, ଆପଣ ଏକା ନୁହଁନ୍ତି! ସାର୍ ଥୋମାସ୍ ଏଡିସନ୍ ଆପଣ ଭାବୁଥିବା ପରି ସେତେଟା ବୁଦ୍ଧିମାନ ନଥିଲେ। ବାସ୍ତବରେ, ତାଙ୍କ ପ୍ରାରମ୍ଭିକ ଦିନଗୁଡ଼ିକରେ ତାଙ୍କ ଶିକ୍ଷକମାନେ ମଧ୍ୟ କହୁଥିଲେ ଯେ ସେ "କିଛି ଶିଖିବା ପାଇଁ ଅତ୍ୟନ୍ତ ମୂର୍ଖ ଏବଂ ତାଙ୍କ ଠାରୁ କୌଣସି ଆଶା ନାହିଁ।" ସେ ମାତ୍ର ୧୨ ବର୍ଷ ବୟସରେ ନିଜର ଆନୁଷ୍ଠାନିକ ଶିକ୍ଷା ବନ୍ଦ କରିଦେଇଥିଲେ। କେବଳ ସେତିକି ନୁହେଁ, ନିଜର ଉଦ୍ଭାବନ କ୍ଷେତ୍ରରେ ସେ ପ୍ରାୟ ଏକ ହଜାର ଥର ବିଫଳ ହୋଇଥିଲେ। ସେହିପରି, ନିଜର ପ୍ରଥମ ଦୁଇଟି ଚାକିରିରୁ ମଧ୍ୟ ତାଙ୍କୁ ବହିଷ୍କୃତ ହେବାକୁ ପଡ଼ିଥିଲା—ଥରେ ତାଙ୍କ ବସ୍ଙ୍କ ଡେସ୍କ ଉପରେ ଏସିଡ୍ (acid) ଢାଳି ଦେବା କାରଣରୁ ଏପରି ଘଟିଥିଲା; କିନ୍ତୁ ସେ ହାର ମାନିନଥିଲେ କିମ୍ବା ସେହି ବିଫଳତାଗୁଡ଼ିକୁ ନିଜକୁ ଦୁର୍ବଳ କରିବାକୁ ଦେଇନଥିଲେ। ଏହା ପରିବର୍ତ୍ତେ, ସେ ସେହି ସମାଲୋଚନାଗୁଡ଼ିକୁ ଖାତିର କରିନଥିଲେ ଏବଂ ପାଖରେ ଟଙ୍କାଟିଏ ନଥିବା ସତ୍ତ୍ୱେ ନିଜ ପିଢ଼ିର ସବୁଠାରୁ ସଫଳ ଉଦ୍ଭାବକ ଭାବେ ଉଭା ହୋଇଥିଲେ। ମୋସନ୍ ପିକ୍ଚର୍ କ୍ୟାମେରା (ଚଳଚ୍ଚିତ୍ର କ୍ୟାମେରା) ଠାରୁ ଆରମ୍ଭ କରି ବିଜୁଳି ବଲ୍ବ (light bulb) ତିଆରି କରିବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଟିକିଏ ଭାବି ଦେଖନ୍ତୁ, ଯଦି ସେ ହାର ମାନିଯାଇଥାନ୍ତେ, ତେବେ ବୋଧହୁଏ ଆପଣ ଆଜି ମଧ୍ୟ ମହମବତୀ ବ୍ୟବହାର କରୁଥାନ୍ତେ। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ହେଉଛି, "ପ୍ରତ୍ୟେକ ଭୁଲ୍ ପ୍ରୟାସକୁ ପଛରେ ପକାଇ ଆଗକୁ ବଢ଼ିବା, ଅର୍ଥାତ୍ ସଫଳତା ଆଡ଼କୁ ଆଉ ଏକ ପାଦ ଅଗ୍ରସର ହେବା।" ....(to be continued).କ୍ରମଶଃ। ଶ୍ରୀ ଗୌତମ ମହାନ୍ତି, ଗବେଷକ ଥିଓସୋଫିଷ୍ଟ (Research Theosophist) ତଥା ଲେଖକ, ଭୁବନେଶ୍ୱର। ଥୋମାସ୍ ଏଡିସନ୍, ଶ୍ରୀ ଗୌତମ ମହାନ୍ତି, ଗବେଷକ ଥିଓସୋଫିଷ୍ଟ (Research Theosophist) ତଥା ଲେଖକ, ଭୁବନେଶ୍ୱର।
ଥୋମାସ୍ ଏଡିସନ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

