ଭୁବନେଶ୍ୱର : ଆଜି ସାରା ଓଡ଼ିଶାରେ ପାଳନ ହେଉଛି ମହାଳୟା। ପିତୃପକ୍ଷର ଶେଷ ଏବଂ ଦେବୀପକ୍ଷର ଆରମ୍ଭ। ଆଜିର ଦିନରୁ ହିଁ ମା ଦୁର୍ଗା ଧରାପୃଷ୍ଠକୁ ଆଗମନ କରିଥାନ୍ତି । ଆଶ୍ବିନ କୃଷ୍ଣପକ୍ଷ ଅମାବାସ୍ୟା ତିଥି ପବିତ୍ର ମହାଳୟ ଆମାବାସ୍ୟା। ପରମ୍ପରା ଓ ବିଶ୍ବାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃଲୋକରେ ପିତୃପୁରୁଷମାନେ ଆଶୀବାର୍ଦ ପ୍ରଦାନ କରିଥାନ୍ତି। ସେହି ବିଶ୍ବାସକୁ ନେଇ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ ଓ ଶ୍ରୀମନ୍ଦିରର ଉତ୍ତର ଦ୍ବାର ନିକଟରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଶ୍ରାଦ୍ଧ ପ୍ରଦାନ କରିଛନ୍ତି।
powered by social2s

