ଭୁବନେଶ୍ୱର : ସଫଳତାର କାହାଣୀଗୁଡ଼ିକ ଦର୍ଶାଏ ଯେ କିପରି ବ୍ୟକ୍ତିବିଶେଷ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବଡ଼ ଧରଣର ବିଫଳତା, ପ୍ରତ୍ୟାଖ୍ୟାନ ଏବଂ କଠିନ ପରିସ୍ଥିତିକୁ ଅତିକ୍ରମ କରି ଉଲ୍ଲେଖନୀୟ ଲକ୍ଷ୍ୟ ହାସଲ କରନ୍ତି। ହାର୍ଲାଣ୍ଡ ଡେଭିଡ୍ ସାଣ୍ଡର୍ସ (କର୍ଣ୍ଣେଲ ସାଣ୍ଡର୍ସ) ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଏହି ବାହାନା କରନ୍ତି ଯେ, "ମୋ ବୟସ ବହୁତ ହୋଇଗଲାଣି, ଆଉ ସଫଳ ହେବାର କୌଣସି ଉପାୟ ନାହିଁ," ତେବେ ପୁନର୍ବାର ଚିନ୍ତା କରନ୍ତୁ। ସଫଳତା ପାଇବା ପାଇଁ କେବେ ବି ଡେରି ହୋଇନଥାଏ। ଏହାର ଏକ ଉତ୍ତମ ଉଦାହରଣ ହେଉଛନ୍ତି କର୍ଣ୍ଣେଲ ସାଣ୍ଡର୍ସ। ଯଦି ଆପଣ ଜାଣିନାହାନ୍ତି ଯେ ସେ କିଏ, ତେବେ କହିରଖେ ଯେ ସେ ହେଉଛନ୍ତି ସର୍ବତ୍ର ପ୍ରସିଦ୍ଧ 'କେଣ୍ଟକି ଫ୍ରାଏଡ୍ ଚିକେନ୍' (KFC)ର ପ୍ରତିଷ୍ଠାତା। ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ଫାଷ୍ଟ ଫୁଡ୍ କମ୍ପାନୀ। ତଥାପି, ଏହା ରାତାରାତି ମିଳିଥିବା ସଫଳତା ନଥିଲା। କର୍ଣ୍ଣେଲ ହାର୍ଲାଣ୍ଡ ସାଣ୍ଡର୍ସ ୬୫ ବର୍ଷ ବୟସରେ ନିଜର ସ୍ୱପ୍ନକୁ ସାକାର କରିବା ଆରମ୍ଭ କରିଥିଲେ। ଅଧିକାଂଶ ଲୋକଙ୍କ ପାଇଁ ଏହା ଅବସର ନେବାର ଏବଂ ଜୀବନର ବାକି ସମୟ ଉପଭୋଗ କରିବାର ସମୟ ହୋଇଥାଏ। କିନ୍ତୁ, କର୍ଣ୍ଣେଲ ସାଣ୍ଡର୍ସ ଏହାକୁ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଇଥିଲେ। ଅବସରକାଳୀନ ସୁବିଧା ପାଇବା ପରେ, ସେ ନିଜର ପ୍ରଥମ ସାମାଜିକ ସୁରକ୍ଷା ଚେକ୍ (social security check) - ଯାହାର ମୂଲ୍ୟ ଥିଲା ୧୦୫ ଡଲାର୍ - କୁ ବ୍ୟବହାର କରି ପୁନର୍ବାର ଏକ ବ୍ୟବସାୟ ଆରମ୍ଭ କଲେ; ଏହା ହିଁ ଥିଲା ତାଙ୍କ ଯାତ୍ରାର ଆରମ୍ଭ। ଏତେ କମ୍ ଅର୍ଥରାଶି ପାଇ ଅଧିକାଂଶ ଲୋକ ଅଭିଯୋଗ କରିଥାନ୍ତେ। କିନ୍ତୁ ସେ ସେପରି କରିନଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ରେଷ୍ଟୁରାଣ୍ଟ ମାଲିକମାନେ ତାଙ୍କର ସ୍ୱତନ୍ତ୍ର 'ଫ୍ରାଏଡ୍ ଚିକେନ୍' ପ୍ରସ୍ତୁତି ପ୍ରଣାଳୀକୁ ପସନ୍ଦ କରିବେ ଏବଂ ବିକ୍ରି ବୃଦ୍ଧି ପାଇଲେ ସେ ଏଥିରୁ କିଛି ଅଂଶ (କମିଶନ୍) ପାଇବେ। ଏହା କୌଣସି ସହଜ କାମ ନଥିଲା। ସେ କେଣ୍ଟୁକି (Kentucky) ସହରର ବିଭିନ୍ନ ସ୍ଥାନ ବୁଲି ପ୍ରତ୍ୟେକ ଘରର କବାଟ ବାଡ଼ାଉଥିଲେ ଏବଂ ନିଜ କାର୍ ଭିତରେ ହିଁ ଶୋଉଥିଲେ; ସେହି ସମୟରେ ଉପଯୁକ୍ତ ବ୍ୟବସାୟିକ ବେଶଭୂଷା ବଜାୟ ରଖିବା ପାଇଁ ସେ ସର୍ବଦା ନିଜର ସ୍ୱତନ୍ତ୍ର ଧଳା ସୁଟ୍ (white suit) ପିନ୍ଧୁଥିଲେ। ଯଦିଓ ବର୍ତ୍ତମାନ KFC ଅତ୍ୟନ୍ତ ଲୋକପ୍ରିୟ, ତଥାପି ଆପଣ ଜାଣନ୍ତି କି କେତେ ଥର ଲୋକମାନେ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି "ନା" କହିଥିଲେ? ମୋଟ ୧,୦୦୯ ଥର; କିନ୍ତୁ ଶେଷରେ "ହଁ" ଶୁଣିବା ପର୍ଯ୍ୟନ୍ତ ସେ କେବେବି ହାର ମାନି ନଥିଲେ। .....to be continued(କ୍ରମଶଃ) ଶ୍ରୀ ଗୌତମ ମହାନ୍ତି, ଗବେଷକ, ଥିଓସୋଫିଷ୍ଟ (Research Theosophist) ତଥା ଲେଖକ, ଭୁବନେଶ୍ୱର ହାର୍ଲାଣ୍ଡ ଡେଭିଡ୍ ସାଣ୍ଡର୍ସ (କର୍ଣ୍ଣେଲ ସାଣ୍ଡର୍ସ) ଶ୍ରୀ ଗୌତମ ମହାନ୍ତି, ଗବେଷକ, ଥିଓସୋଫିଷ୍ଟ (Research Theosophist) ତଥା ଲେଖକ, ଭୁବନେଶ୍ୱର।
ହାର୍ଲାଣ୍ଡ ଡେଭିଡ୍ ସାଣ୍ଡର୍ସ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

