ହ୍ରାସ ପାଇଲା ଲଘୁଚାପ ଆଶଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଦୁର୍ଗା ପୂଜା ବେଳକୁ ଲଘୁଚାପ ଆଶଙ୍କା ହ୍ରାସ ପାଇଛି। ଓଡ଼ିଶାରେ ବେଶ ଧୁମଧାମରେ ପାଳନ ହେବ ଦୁର୍ଗା ପୂଜା। ଆଣ୍ଡାମାନରେ ସକ୍ରୀୟ ଥିବା ଘୁର୍ଣ୍ଣିବଳୟ ନିଶ୍ଚିନ୍ନ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂରର୍ବାନୁମାନ ଥିଲା ଅକ୍ଟୋବର ୧୩ ତାରିଖରେ ଦାନା ବନ୍ଧିବ ଲଘୁଚାପ। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଜି ବାଲେଶ୍ୱର,ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି।

powered by social2s