ଭୁବନେଶ୍ୱର: ଓଡ଼ିଶାର ୮ଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ମତଦାନ ହାର ପ୍ରକାଶ ପାଇଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୭୮.୮୭% ମତଦାନ ହୋଇଥିବା ବେଳେ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୬୭.୨୪% ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୬୪.୦୩% ମତଦାନ ହୋଇଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୫୩.୩୦%, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୫୦.୮୬% ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୪୭.୭୩% ମତଦାନ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୩୦.୨୭% ମତଦାନ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବନିମ୍ନ ୧୯.୫% ମତଦାନ ରେକର୍ଡ କରାଯାଇଛି।
powered by social2s

