ଅନ୍ତ୍ୟୋଦୟ ଯୋଜନାର ଅବଧି ୨ବର୍ଷ ବୃଦ୍ଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଅନ୍ତ୍ୟୋଦୟ ଯୋଜନାର ଅବଧି ୨ ବର୍ଷ ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୭ ପରିବର୍ତ୍ତେ ୨୦୨୯ରେ ସରିବ ଅନ୍ତ୍ୟୋଦୟ ଯୋଜନାର ଅବଧି। ଆଉ ୨ ଲକ୍ଷ ୯୧ ହଜାର ୬୬୬ ଅନ୍ତ୍ୟୋଦୟ ଘର ନିର୍ମାଣ କରିବାକୁ ନିଆଯାଇଛି ନିଷ୍ପତ୍ତି। ନୂତନ ହିତାଧିକାରୀ ଚିହ୍ନଟ ପାଇଁ ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ। ସମୟ ପୂର୍ବରୁ ନିର୍ମାଣ ସାରିଲେ ମିଳୁଥିବା ପ୍ରୋତ୍ସାହନ ରାଶି ବୃଦ୍ଧି ହେବ। ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବ। ୭ ମାସରେ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ନ ଥିବେ ଅନ୍ତ୍ୟୋଦୟ ଘର ପାଇବେ।

powered by social2s