ଆଜି ମଣ୍ଡପରେ ଷଷ୍ଠୀ ପୂଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ମଣ୍ଡପ ଗୁଡିକରେ ମା’ଙ୍କର ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ। ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ। ଏହାପରେ ଆରମ୍ଭ ହେବ ମହାମାୟାଙ୍କ ପୂଜାନୀତି। କାଲି ମହାସପ୍ତମୀରେ ମା’ଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଆଜିଠୁ ମା’ଙ୍କର ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଗହଳି ଚହଳି ଲାଗିଲାଣି। ସୁଉଚ୍ଚ ତୋରଣ ଓ ଲାଇଟରେ ଝଲସୁଛି ସହର ବଜାର। ସେପଟେ ଆଜି ଦେବୀ ପୀଠ ଗୁଡିକରେ ମହାସପ୍ତମୀ ପୂଜା କରାଯାଉଛି।

powered by social2s