ଭୁବନେଶ୍ୱର : ଆଜି ମହାମାୟାଙ୍କ ବିଜୟାଦଶମୀ ଉତ୍ସବ। ମା’ଙ୍କ ଦର୍ଶନ ପାଇଁ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଜି ପାଳନ ହେବ ରାବଣ ପୋଡ଼ି। ଭୁବନେଶ୍ୱରର ୯ଟି ସ୍ଥାନରେ ରାବଣ ପୋଡ଼ିକୁ ଅନୁମତି ମିଳିଛି। ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ଆଜି ୩୬ତମ ରାବଣ ପୋଡ଼ି ଉତ୍ସବ ପାଳନ କରାଯିବ। ତଳ ବାଲିଯାତ୍ରା ପଡ଼ିଆରେ ୮୦ ଫୁଟ୍ ର ରାବଣ ଦହନ କରାଯିବ। ରାତି ୧୨ଟାରେ ହେବ ରାବଣ ପୋଡ଼ି। ୧୦ ହଜାର ଦର୍ଶକଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
powered by social2s

