କାର୍ତ୍ତିକ ମାସର ପବିତ୍ର ସୋମବାର ଭକ୍ତିରେ ମୁଖର ଶିବଙ୍କ ମନ୍ଦିର ବେଲପତ୍ର ଦେଇ ଯେ ପୂଜିବା ଶଙ୍କର କୃପା କର ଆହେ ମହାଦେବ ହର ll ଧୂପ ଦୀପ ଜଳଇ ମନ୍ଦିର ଦୁଆରେ ଭକ୍ତିର ମହକ ଭରେ ଯେ ମନରେ ହର ହର ଧ୍ୱନିରେ କମ୍ପେ ଚତୁଃଦିଗ ଶିବ ନାମ ଗାଇ ହୁଅଇ ଶାନ୍ତରେ ll ନୀଳକଣ୍ଠ ପ୍ରଭୁ ଆହେ ହେ ଭୋଳାନାଥ ଆଲୋକିତ କର ପଥ ଜୀବନର ଦୁଃଖ ଦୂର କରି ସୁଖ ଦିଅ ଯେ ଭରି ତୁମ ଚରଣେ ରହୁ ଭକ୍ତି ମୋହର ll କାର୍ତ୍ତିକ ସୋମବାର ଭକ୍ତିର ମହିମା ଶିବଙ୍କ ଆଶୀଷ ଅମୃତ ସମାନ ସଭିଙ୍କ ଜୀବନେ ଶାନ୍ତି ଯେ ଭରିଯାଉ ହର ମହାଦେବ ବିଶ୍ୱ ଗାଉ ଗାନ ll ପଞ୍ଚାକ୍ଷରୀ ମନ୍ତ୍ରକୁ ଯେ ମନେ ରଖିବା ଶିବଙ୍କ ଚରଣେ ଭକ୍ତି ଅର୍ପିଥିବା ଓଁ ନମଃ ଶିବାୟ ଗୁଞ୍ଜୁରୁ ଚଉଦିଗ ସଭିଏଁ ମହାଦେବ କୃପା ଲଭିବା ll ତ୍ରିନାଥ ପଟ୍ଟନାୟକ (ଯୁବ ଇଂରାଜୀ ଅଧ୍ୟାପକ ତଥା କବି) ଶ୍ରୀ ସାଇ ଶ୍ରଦ୍ଧା ଇନ୍ସିଟ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି, କୋରାପୁଟ l ସ୍ଥାନ:ଫୋରେଷ୍ଟ କଲୋନୀ ଜିଲ୍ଲା: କୋରାପୁଟ ସମ୍ପର୍କ:7655099802
powered by social2s

