ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ସାମାଜିକ ଗଣମାଧ୍ୟମରେ ମନଗଢ଼ା ତଥ୍ୟ ପ୍ରଚାର ନକରିବାକୁ କଡ଼ା ଚେତାବନୀ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ ଆର ସି) ରାଜେଶ ପ୍ରଭାକର ପାଟିଲ। ଗୁଜବ ପ୍ରଚାର କଲେ ଜେଲ୍ ହୋଇପାରେ ବୋଲି କହିଲେ ପାଟିଲ। ବାତ୍ୟା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ ଅନୁଯାୟୀ, ଯାତ୍ରୀ ଓ ଚାଳକଙ୍କ ସୁରକ୍ଷା ପାଇଁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
powered by social2s

