ଭୁବନେଶ୍ୱର: ବାତ୍ୟା ୟସ୍ ପାରାଦୀପ ଓ ସାଗର ଦ୍ୱିପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ଅବପାତ ବାତ୍ୟାର ରୂପ ନବ। ଆସନ୍ତା ୨୬ ତାରିଖରେ ସନ୍ଧ୍ୟା ସମୟରେ ଏହା ପାରାଦୀପ ଓ ସାଗର ଦ୍ୱିପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ୧୫୫ ରୁ ୧୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ବେଳେ ବେଳେ ବଢି ୧୮୫ କିଲୋମିଟର ପର୍ଯ୍ୟନ୍ତ ପହଁଚିପାରେ। ୨୪ ତାରିଖର ସନ୍ଧ୍ୟା ରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ୨୫ ତାରିଖରେ ପବନର ବେଗ ବଢି ୫୦ ରୁ ୬୦ କିମିରେ ପହଁଚିବ। ୨୬ ତାରିଖରେ ପବନର ବେଗ ୮୦ ରୁ ୧୦୦ କିମି ରୁ ବଢିବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ର ସମ୍ଭାବନା। କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ଫଳରେ ବଡବଡ ଗଛ ଉପୁଡିଯାଇପାରେ। ଟିଣ, କ୍କଚା, ଆଜବେଷ୍ଟ ଓ ଚାଳଘର ଭାଙ୍ଗିବାର ସମ୍ଭାବନା ରହିଛି। ଏତେ ବେଶି ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ ବିଶେଷ କ୍ଷୟକ୍ଷତି ଘଟାଇବ ବୋଲି ଆଇଏମଡି ଡିଜି କହିଛନ୍ତି। ବାତ୍ୟା ୟସ୍ ରେ ରାଜ୍ୟର ୪ ଜିଲ୍ଲା ବିଶେଷ ପ୍ରଭାବିତ ହେବ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ରେ ଅଧିକ ପ୍ରଭାବ ପଡ଼ିବ। ଏହା ସହିତ ଯାଜପୁର, କଟକ ଓ ମୟୂରଭଞ୍ଜରେ ମଧ୍ୟ ପ୍ରଭାବ ପଡିବ। ଲ୍ୟାଣ୍ଡଫଲ ର ପୂର୍ବ ଓ ପର ୬ ଘଣ୍ଟା ବେଶୀ ପ୍ରକୋପ ରହିବ। ୨୬ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବତ୍ୟାର ପ୍ରକୋପ ଅଧିକ ରହିବ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ଅଳ୍ପ ପବନ ବହିବା ସହ ହାଲକା ବର୍ଷା ହେବାର ସମ୍ଭାବନା ଅଛି।
ବାତ୍ୟା ୟସ୍ ପାରାଦୀପ ଓ ସାଗର ଦୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s