ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଲେ ଡିଜିପି ଅଭୟ। ବାତ୍ୟା ମୁକାବିଲା ନେଇ ଏକ ସମୀକ୍ଷା ପରେ ଡିଜିପି କହିଛନ୍ତି ଯେ ଯେ କୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ୍ରାଫ ଓ ଏନଡିଆରଏଫ ଟିମ ବହୁ ସ୍ଥାନରେ ପହଂଚିସାରିଲେଣି। ଅଧିକ ଟିମ ଆଜି ରାତି ସୁଦ୍ଧା ପହଂଚିଯିବେ ବୋଲି ସେ ସୂଚନା ଦେଇଛନ୍ତି। ପୋର୍ଟ ବ୍ଲେୟର ଠାରୁ ୫୬୦ କିଲୋମିଟର ଦୂରରେ ଅଛି ବାତ୍ୟା ୟସ। ପାରାଦୀପ ଠାରୁ ୫୯୦ କିଲୋମିଟର ପୂର୍ବ ଓ ଦକ୍ଷିଣ ପୂର୍ଵ ଦିରରେ ରହିଛି। ସେହିପରି ବାଲେଶ୍ବର ଠାରୁ ୬୯୦ ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା । ଦୀଘା ଠାରୁ ୬୭୦ କିଲୋମିଟର ଉତ୍ତର ଓ ଦକ୍ଷିଣ ପୂର୍ବ ଦିଗରେ ରହିଛି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ରାଜ୍ୟର ସମସ୍ତ ବନ୍ଦରରେ ବିପଦ ସଂକେତ ୧ ଜାରି କରାଯାଇଛି।
powered by social2s

