ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଡା. ଅଶୋକ ମହାପାତ୍ରଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଡା. ଅଶୋକ ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଦିଲ୍ଲୀ AIIMS ରେ ରାତି ୯ଟା ୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିଲେ। ନିଖୁଣ ସ୍ନାୟୁଶଲ୍ୟ ଚିକିତ୍ସକ ଭାବେ ସେ ବେଶ୍ ପରିଚିତ ଥିଲେ। ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡା. ମହାପାତ୍ର ଦୀର୍ଘଦିନ ଧରି ଦିଲ୍ଲୀ AIIMS ରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ ଏବଂ ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଥିଲେ। ଅନେକ ଜଟିଳ ଅସ୍ତ୍ରୋପଚାରର ସେ ନେତୃତ୍ୱ ନେଇଥିଲେ। ସେ ଭୁବନେଶ୍ୱର AIIMS ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଏବଂ SOA ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

powered by social2s