ସାମାନ୍ୟ ଅବହେଳା ବଡ଼ ବିପଦ ସୃଷ୍ଟି କରିପାରେ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାତ୍ୟା ଓ କୋଭିଡ଼ ମୁକାବଲା କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆମକୁ ଏକ ସମୟରେ ଦୁଇଟି ବଡ ବିପଦକୁ ସାମନ୍ନା କରିବାକୁ ପଡିବ। ଏହି ସମୟରେ ସାମାନ୍ୟ ଅବହେଳା ମଧ୍ୟ ଆମକୁ ବିପଦରେ ପକାଇବ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବାତ୍ୟା ୟାସ୍ କୁ ନେଇ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ବେଳେ ଏଭଳି ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ। ଗତବର୍ଷ କରୋନା ସହ ଆମେ ଅମ୍ପନ ବାତ୍ୟାର ମୁକାବଲା କରିଥିଲେ। ଏବର୍ଷ ମଧ୍ୟ ରାଜ୍ୟ ସରକାର କୋଭିଡ଼ ସହ ବାତ୍ୟାକୁ ମୁକାବଲ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ରାଜ୍ୟ ବାସୀ ଏଥିରେ ସରକାରଙ୍କୁ ସହଯୋଗ କରିବାକୁ ସେ ଅପିଲ୍ କରିଛନ୍ତି। ବାତ୍ୟା ପୂର୍ବରୁ ଲୋକମାନେ ସରକାରୀ ଆଶ୍ରୟସ୍ଥଳୀ କିମ୍ବା ନିରାପଦ ସ୍ଥାନକୁ ଚାଲିଯାଆନ୍ତୁ। ଆଶ୍ରୟସ୍ଥଳୀ କିମ୍ବା ଘରେ ରହିଲେ ମଧ୍ୟ ଡବଲ୍ ମାକ୍ସ ସମସ୍ତେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

powered by social2s