ବାତ୍ୟା ପୂର୍ବରୁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ଓଡ଼ିଶା ସରକାର। ହେମନ୍ତ ଶର୍ମା-କେନ୍ଦ୍ରାପଡା, ଶାଶ୍ୱତ ମିଶ୍ର- ଜଗତସିଂହପୁର, ଭି.ଭି. ଯାଦବ-ଭଦ୍ରକ, ଵିଶାଲ ଦେବ-ବାଲେଶ୍ଵର, ସୁରେଶ ବଶିଷ୍ଠ-ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ରେ ରହିବେ। ଓଡିଶାରେ ପହଞ୍ଚିଲା ଏନ୍ ଡିଆରଏଫ ର ଅତିରିକ୍ତ ଟିମ। ସ୍ୱତନ୍ତ୍ର ବିମାନରେ ଗୌହାଟିରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ସ୍ୱତନ୍ତ୍ର ଟିମ୍ ରେ ଅଛନ୍ତି ୧୫୦ ଜଣ ଯବାନ। ବାତ୍ୟା ଆଶଙ୍କା ଥିବା ଜିଲ୍ଲାରେ ଆଜି ମୁତୟନ କରାଯିବ।

powered by social2s