ଭୁବନେଶ୍ବର : ଓଡ଼ିଶା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋସାଇଟ୍ ଫର୍ ନେଚର ଏଜୁକେସନ ଆଣ୍ଡ ହେଲଥ୍’-‘ସ୍ନେହ’ ପକ୍ଷରୁ ତା୦୫/୧୧/୨୦ ୨୬ରିଖ ଦିନ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ “ଘରୋଇ ହିଂସା ସଂପର୍କିତ ଆଲୋଚନା ଚକ୍ର ସଫଳତାର ସହ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୬୦ ଜଣ ବିଭିନ୍ନ ବର୍ଗ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ପ୍ରଶାସକ ଡଃ ଅରବିନ୍ଦ ବେହେରା, ଓଡ଼ିଶା ରାଜ୍ୟ ମହିଳା କମିଶନର ପୂର୍ବତନ ସଭ୍ୟା ଶ୍ରୀମତୀ ନମ୍ରଭା ଚଢ଼ା, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧକ୍ଷ୍ୟା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା କୋର୍ଟର ମୁଖ୍ୟ ପରାମର୍ଶଦାତା ଡଃ ମଧୁମିତା ଦାଶ, ସାମ୍ବାଦିକା ଇତିଶ୍ରୀ ନାୟକ, ସ୍ତମ୍ଭକାର - ଶ୍ଵେତାକୃତା ତ୍ରିପାଠୀ ଏବଂ ଆଇନଜୀବି ଦିନେଶ ସାମନ୍ତ ଆଦି ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଘରୋଇ ହିଂସାର ବିଭିନ୍ନ ଦିଗ ଯଥା – ଶାରିରୀକ, ମାନସିକ, ଭାବନାତ୍ମକ ଓ ଆର୍ଥିକ ହିଂସା - ସଂପର୍କରେ ସଚେତନା ସୃଷ୍ଟି କରିବା ଓ ପୀଡ଼ିତଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ଓ ସହାୟତା ଓ ସେବା ବିଷୟରେ ଜଣାଇବା । କାର୍ଯ୍ୟକ୍ରମରେ ଏହା ଉଲ୍ଲେଖ କରାଗଲା ଯେ ଘରୋଇ ହିଂସା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ସମସ୍ୟା ଓ ଏହାକୁ ରୋକିବା ପାଇଁ ସମସ୍ତଙ୍କ ପ୍ରୟାସ ଆବଶ୍ୟକ ଏବଂ ଘରୋଇ ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ସମର୍ଥନ କରି ସମାଜରେ ସଚେତନତା ପ୍ରସାର ପାଇଁ ସମସ୍ତେ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ପ୍ରାରମ୍ଭରେ ‘ସ୍ନେହ’ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଉପସ୍ଥିତ ଥିବା ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ‘ସ୍ନେହ’ ଦ୍ବାରା ସାଲିଆ ସାହି ମହିଳାମାନଙ୍କୁ ନେଇ ଗଠିତ ହୋଇଥିବା ଶାନ୍ତି କମିଟି ମାଧ୍ୟମରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ଉପାୟରେ ପାରିବାରିକ ଶାନ୍ତି ପ୍ରତିଷ୍ଠା ବିଷୟରେ ସୃସ୍ମିକା ଷଡ଼ଙ୍ଗୀ ଉପସ୍ଥାପନା କରିଥିଲେ । ଅନୁଷ୍ଠାନ ତରଫରୁ ଦିବାକର ମାହାଳି ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ନେହ ପକ୍ଷରୁ ଘରୋଇ ହିଂସା ସଂପର୍କିତ ଆଲୋଚନା ଚକ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

