ଭୁବନେଶ୍ୱର: ଓଡିଶା ଉପକୂଳ ଆଡକୁ ମୁହାଁଉଥିବା ସମ୍ଭାବ୍ୟ ବାତ୍ୟା "ୟସ" କୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ କରାଯାଇଅଛି।ଏହି ଅବସର ରେ ଆଜି ଅଗ୍ନିଶମ ମହାନିର୍ଦେଶକ ଏମ. ଅକ୍ଷୟ ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ମୋଟ ୧୯୦ ଗୋଟି ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ପ୍ରତ୍ୟେକ ଦଳରେ ପାୱାର ସ, କମ୍ବୀ ଟୁଲସ, ଟାୱାର ଲାଇଟ ଏବଂ ଅନ୍ୟ ଉପକରଣ ଥିବାବେଳେ ପ୍ରତେକ ଜିଲ୍ଲା ରେ ଗୋଟିଏ ଗୋଟିଏ ପ୍ଲାଜମା କଟର ମଧ୍ୟ ମହଜୁଦ ଅଛି।ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଡି ଥିବା ଗଛ ଗୁଡିକ କାଟିବା ସହ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ କାଟି ରାସ୍ତା ସଫା କରିପାରିବେ। ପ୍ରତ୍ୟେକ ଜିଲ୍ଲା ର ସଦର ମହକୁମାରେ ଜଣେ ଲେଖାଏଁ ଅଗ୍ନିଶମ ଅଧିକାରୀ ଦାୟିତ୍ୱରେ ରହିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଂଚଳ ଗୁଡିକୁ ଚିହ୍ନଟ କରାଯାଇ ସେଇ ସ୍ଥାନମାନଙ୍କରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମଗୁଡିକୁ ମୁତୟନ କରାଯିବା ଉପରେ ଅଗ୍ନିଶମ ମହାନିର୍ଦେଶକ ଗୁରୁତ୍ୱାରୋପ କରିଥିଲେ।ଏତଦ ଭିନ୍ନ କର୍ମଚାରୀ ମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବ ସହ କୋଭିଡ ନିର୍ଦେଶବଳୀକୁ ମାନି କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ।ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ଆବଶ୍ୟକ ବେଳେ ଟିମ ଗୁଡିକର ଅନ୍ୟ ଆବଶ୍ୟକ ଜାଗା ମାନଙ୍କରେ ପୁନ ବିନିଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।ଓଡିଶା ଅଗ୍ନିଶମ ସେବା ସଂସ୍ଥା ବାତ୍ୟା କୁ ମୁକାବିଲା କରିବାରେ ଏହାର ପୂର୍ବ ଅଭିଜ୍ଞତାକୁ ପୁର୍ଣ ଉପଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବାବେଳେ କର୍ମଚାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ଯେତେ ଶୀଘ୍ର ସମ୍ଭବ ରାସ୍ତା ସଫା କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଥିଲା। ଏହା ବ୍ୟତୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟତଃ କଟକ,ଭୁବନେଶ୍ୱର, ପୁରୀ ଇତ୍ୟାଦି ସହର ର ଜଳମଗ୍ନ ଅଂଚଳ ମାନଙ୍କରେ ପମ୍ପ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦିଆଯାଇଥିଲା।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s