ବାତ୍ୟା ଭୟରେ ଅଧିକ ଖାଦ୍ୟ ସାମଗ୍ରୀ ନ କିଣିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାତ୍ୟା ଭୟରେ କେହି ଅଧିକ ଖାଦ୍ୟ ସାମଗ୍ରୀ ନ କିଣିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଭରପୁର ଖାଦ୍ୟ ରହିଛି। କଳାବଜାରୀ କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଖାଦ୍ୟ ସାମଗ୍ରୀ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ଉଗ୍ର ରୂପ ନେଇ ଉପକୂଳ କୁ ମାଡି ଆସୁଛି ବାତ୍ୟା ୟାସ। ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ ରହିଛି ବାତ୍ୟା। ବାଲେଶ୍ୱର ଠାରୁ ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା। ଲ୍ୟାଣ୍ଡଫଳ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ରହିପାରେ ଓ ୨ ରୁ ୩ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

powered by social2s