ପୁଣି ଲଘୁଚାପ ସମ୍ଭାବନା, ଓଡ଼ିଶାରେ ପ୍ରଭାବ ସମ୍ଭାବନା କମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆସୁଛି ପୁଣି ଏକ ଲଘୁଚାପ, ଓଡ଼ିଶା ଉପରେ ପ୍ରଭାବ ପଡ଼ିବା ସମ୍ଭାବନା କମ। ନଭେମ୍ବର ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ହେବ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାରେ ବାଦଲ ଆସିପାରେ, କିନ୍ତୁ ବର୍ଷା ସମ୍ଭାବନା ନାହିଁ। ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

powered by social2s