କଟକ / ଭୁବନେଶ୍ୱର : ବାରବାଟୀ-କଟକ ବିଧାୟିକା ଶ୍ରୀମତୀ ସୋଫିଆ ଫିରଦୋସ୍ ଗତ ୧୨ ତାରିଖ (ଗୁରୁବାର) ଦିନ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (Additional Chief Secretary) ଶ୍ରୀମତୀ ଉଷା ପାଢ଼ୀଙ୍କୁ ଭେଟି କଟକ ସହରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ସହରର ଭିତ୍ତିଭୂମି ସୁଦୃଢ଼ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟିକା ଏକ ୧୨ ଦଫା ସମ୍ବଳିତ ଏଜେଣ୍ଡା ଦାଖଲ କରିଛନ୍ତି। ଏହି ବୈଠକରେ ପେଟନାଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଧୀନରେ କେନାଲ ଉପରେ ୫ଟି ନୂତନ ସେତୁ ନିର୍ମାଣ, ସହରରେ ୫ଟି ପ୍ରମୁଖ ଷ୍ଟର୍ମ ୱାଟର ଡ୍ରେନ୍ (MSWDs) ନିର୍ମାଣ ପାଇଁ ଡିପିଆର୍ ଓ ପାଣ୍ଠି ବ୍ୟବସ୍ଥା, ଏବଂ ସିଡିଏ ସେକ୍ଟର-୧୩ ହସ୍ତାନ୍ତର ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ସହିତ ବାରବାଟୀ-କଟକ ଅନ୍ତର୍ଗତ ସିଡିଏ ଅଞ୍ଚଳରେ ଉନ୍ନତ ଫୁଟପାଥ୍ ଓ ଷ୍ଟ୍ରିଟ୍ ଲାଇଟ୍ ଥିବା ଏକ ‘ସ୍ମାର୍ଟ ଲେନ୍’ ନିର୍ମାଣ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ସହରରେ ଏକ ଅତ୍ୟାଧୁନିକ ୨,୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍ ନିର୍ମାଣ ଏବଂ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଜିଆଇଏସ୍ (GIS) ଆଧାରିତ ଡ୍ରେନେଜ୍ ଓ ରାସ୍ତା ଢାଲୁର ମାଷ୍ଟର ସର୍ଭେ କରିବା ନେଇ ବିଧାୟିକା ପ୍ରସ୍ତାବ ରଖିଛନ୍ତି। ସେହିପରି ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସରକାରୀ କିମ୍ବା ପିପିପି (PPP) ମୋଡରେ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପ (EWS/Affordable Housing), ସହରରେ ସବୁଜିମା ବୃଦ୍ଧି ପାଇଁ ସରକାରୀ, କେଡିଏ (KDA) କିମ୍ବା ସିଏମସି (KMC) ଜମିରେ ଏକ ଆଦର୍ଶ ମିୟାୱାକି ଜଙ୍ଗଲ (Miyawaki Forest) ସୃଷ୍ଟି ଏବଂ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି। ତତ୍ସହିତ ସାଇକେଲ ଟ୍ରାକ୍ ସହ ସ୍ମାର୍ଟ ଷ୍ଟ୍ରିଟ୍, ଜଳାଶୟର ସୌନ୍ଦର୍ଯ୍ୟକରଣ, ମଲ୍ଟିଲେଭଲ୍ ପାର୍କିଂ ବ୍ୟବସ୍ଥା, ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା ଏବଂ ଜାଇକା (JICA) ପ୍ରକଳ୍ପ ଅଧୀନରେ ୱାଟକୋ ଦ୍ୱାରା ନିର୍ମିତ ଡ୍ରେନଗୁଡ଼ିକର ସିଏମସି (KMC) କୁ ହସ୍ତାନ୍ତର ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ମହାଶୟ,
କଟକର ସର୍ବାଙ୍ଗୀନ ବିକାଶ ନେଇ ବିଧାୟିକା ସୋଫିଆ ଫିରଦୋସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାଖଲ କଲେ ୧୨ ଦଫା ଏଜେଣ୍ଡା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

