ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ “ପ୍ରିଭିତ୍ତି’୨୬” ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମ୍ ୟୁନିଭର୍ସିଟି (ନୂତନ କ୍ୟାମ୍ପସ) ସ୍କୁଲ୍ ଅଫ୍ କମର୍ସ (ଏସ୍ଓସି) ଅଧୀନରେ ଥିବା ମାଷ୍ଟର ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଇନ୍ ବିଜନେସ୍ ଫାଇନାନ୍ସ ତାଙ୍କର ଫଙ୍କ୍ସନାଲ୍ କମିଟି ଇନ୍ଫିନିକ୍ସ୍ ର ସହଯୋଗରେ ଆନୁଆଲ୍ ବିଜନେସ୍ କନ୍‌କ୍ଲେଭ “ପ୍ରିଭିତ୍ତି ’୨୬”, ୧୪ ନଭେମ୍ବର ୨୦୨୬ ରେ ଏକ୍ସଆଇଏମ୍ ୟୁନିଭର୍ସିଟି ମିନି ଅଡିଟୋରିୟମ୍‌ରେ ସଫଳତାର ସହ ଆୟୋଜନ କରାଯାଇଥିଲା । “ରିସେପିଂ ଇଣ୍ଡିଆନ୍ କ୍ୟାପିଟାଲ୍ ମାର୍କେଟ୍‌ସ: ଗ୍ଲୋବାଲ୍ କ୍ୟାପିଟାଲ୍ ଶିଫ୍ଟସ୍ ଏଣ୍ଡ୍ ଡୋମେଷ୍ଟିକ୍ ଗ୍ରୋଥ୍” ଥିମ୍‌କୁ ଆଧାର କରି ଆୟୋଜିତ ଏହି ବିଜନେସ୍ କନ୍‌କ୍ଲେଭରେ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସେକ୍ଟର ର ଇମର୍ଜିଂ ଟ୍ରେଣ୍ଡ୍ସ ଏବଂ ଭାରତର ପରିବର୍ତ୍ତନଶୀଳ କ୍ୟାପିଟାଲ୍ ମାର୍କେଟ୍ସ ସମ୍ପର୍କରେ ଆଲୋଚନା ପାଇଁ ଫାଇନାନ୍ସିଆଲ୍ ଇଣ୍ଡଷ୍ଟ୍ରି ର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଏକାଡେମିସିଆନ୍‌ମାନେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଇନ୍ଫିନିକ୍ସ୍ ର ଷ୍ଟୁଡେଣ୍ଟ କୋଅର୍ଡିନେଟର୍ ମିସ୍ ସଞ୍ଜନା ଖାରେ ଙ୍କ ସ୍ୱାଗତ ଅଭିଭାଷଣରୁ ହୋଇଥିଲା। ଏହାପରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ସହ ପାରମ୍ପରିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଉଦ୍‌ଘାଟନୀ ଅଧିବେଶନ ରେ ସ୍କୁଲ୍ ଅଫ୍ କମର୍ସର ଡିନ୍ ଡଃ ଶିବାଞ୍ଜନ ମିଶ୍ର, ପ୍ରୋ ଭାଇସ୍ ଚାନ୍ସେଲର୍ ଡଃ ଶୁଭଜ୍ୟୋତି ରାୟ ଏବଂ ଇନ୍ଫିନିକ୍ସ୍ ର ଫ୍ୟାକଲ୍ଟି କୋଅର୍ଡିନେଟର୍ ଡଃ ଅଭିମନ୍ୟୁ ସାହୁ ନିଜର ଅଭିଭାଷଣ ରଖିଥିଲେ। ଏହା ସହିତ ଚିଫ୍ ଫାଇନାନ୍ସ ଅଫିସର୍ ଡଃ ଫାଦର୍ ଆରୋକିୟାଦାସ୍ ଭି,ଏସ୍.ଜେ. ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ବିଜନେସ୍ କନ୍‌କ୍ଲେଭରେ ଇଣ୍ଡିଆନ୍ ଏବଂ ଗ୍ଲୋବାଲ୍ କ୍ୟାପିଟାଲ୍ ମାର୍କେଟ୍‌ସର ପରିବର୍ତ୍ତନଶୀଳ ଟ୍ରେଣ୍ଡ୍ସ ଉପରେ ନିଜର ମତାମତ ଓ ଅଭିଜ୍ଞତା ବାଣ୍ଟିବା ପାଇଁ ଫାଇନାନ୍ସିଆଲ୍ ଇଣ୍ଡଷ୍ଟ୍ରିର ୪ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ- • ଶ୍ରୀ ନିକୁଞ୍ଜ କାଭେଡିଆ, ଭିପି, ଜେପିମର୍ଗାନ୍ ଚେଜ୍ ଆଣ୍ଡ୍ କୋ. • ଶ୍ରୀମତୀ ବିଜୟଶ୍ରୀ ବାଳକୃଷ୍ଣ, ଭିପି, ୱେଲ୍ସ ଫାର୍ଗୋ • ଶ୍ରୀ ମୁକେଶ ରାଧେଶ୍ୟାମ ଶର୍ମା, ସିନିୟର ଭିପି, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ • ଶ୍ରୀ ସୁନୀଲ ଗୁଜ୍ଜର, ଭିପି, ମୋଭେଟ୍ ଟେକ୍ନୋଲୋଜିଜ ଏହି ସେସନ୍‌ଗୁଡ଼ିକରେ କର୍ପୋରେଟ୍ ଫଣ୍ଡରେଜିଂ, ନିବେଶକଙ୍କ ସୁରକ୍ଷା, ଗ୍ଲୋବାଲ୍ କ୍ୟାପିଟାଲ୍ ଫ୍ଲୋସ୍ ଏବଂ ଡୋମେଷ୍ଟିକ୍ କ୍ୟାପିଟାଲ୍ ମାର୍କେଟ୍‌ର ଗ୍ରୋଥ୍ ଉପରେ ଆଲୋଚନା ହୋଇଥିଲା । ଏଥିରେ ଆଇପିଓ, ରେଗୁଲେଟୋରି ଓଭରସାଇଟ, ଫରେନ୍ ଇନଭେଷ୍ଟମେଣ୍ଟ ଟ୍ରେଣ୍ଡସ୍ ଏବଂ କ୍ୟାପିଟାଲ୍ ଆଲୋକେସନ୍ ଟୁୱାର୍ଡସ୍ ରିସର୍ଚ, ସ୍କିଲ୍ସ ଆଣ୍ଡ୍ ଟେକ୍ନୋଲୋଜି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସମ୍ମାନ, କୁଇଜ୍ ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ରହିଥିଲା। ଶେଷରେ ଇନ୍ଫିନିକ୍ସ୍ ର ଡେପୁଟି କୋଅର୍ଡିନେଟର୍ ଶ୍ରୀ ବରୁଣ ଗର୍ଗ ଧନ୍ୟବାଦ ଅର୍ପଣ କରିଥିଲେ। ‘‘ପ୍ରିଭିତ୍ତି ’୨୬’’ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ର ସମ୍ପର୍କରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲା।

powered by social2s