ଭୁବନେଶ୍ୱର: ଓଡିଶା ଭିତର ଦେଇ ଯିବ ବାତ୍ୟା ୟାସ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ସକାଳେ ଭିତରକନିକା-ଚାନ୍ଦବାଲି-ଧାମରା ଭିତରେ ଲ୍ୟାଣ୍ଡଫଳ ଆକଳନ କରାଯାଇଛି। ବାତ୍ୟା ପ୍ରଭାବ ରେ ଆଜି ସନ୍ଧ୍ୟାରୁ ପବନର ବେଗ ବଢ଼ିବ। ପୁରୀ, କଟକ ଓ ଖୋର୍ଦ୍ଧା ରେ ପବନ ର ବେଗ ୬୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି। ପାରାଦୀପ ଠାରୁ ୨୨୦ କିଲୋମିଟର ଦୂରରେ ଅଛି ବାତ୍ୟା ୟାସ। ବାଲେଶ୍ଵର ରୁ ୩୩୦ କିଲୋମିଟର ଦୂରରେ ରହିଛି ବାତ୍ୟା। ସେହିପରି ଦୀଘାରୁ ୩୨୦ କିଲୋମିଟର ଦୂରରେ ଅଛି ବାତ୍ୟା। ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଣ୍ଡିଖୋଲ ଓ ବାଲେଶ୍ବର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି।
powered by social2s

