ସହିଦନଗର ଦୁର୍ଗାପୂଜା ସମିତିର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ନନ୍ଦ ଙ୍କ ଦେହାନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତିର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ନନ୍ଦ(କୁନା) ଙ୍କର ଗତକାଲି ରାତ୍ର ୧ ଘଟିକାରେ କୋଭିଡ ରେ ହାଇଟେକ୍ ହସ୍ପିଟାଲ ରେ ୫୮ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। 

ମହେନ୍ଦ୍ର ନନ୍ଦ ୧୯୮୫ ମସିହାରୁ ସହିଦନଗର ଦୁର୍ଗାପୂଜା ସମିତିରେ ମିଶି ସମିତି ନିମନ୍ତେ ବହୁ ଉଲେଖ ନୀୟ କାର୍ଯ୍ୟ କରି ଯାଇଛନ୍ତି।

 

୧୯୮୫ ମସିହାରେ କୁନା, ମହେଶ, ନାରାୟଣ, ଅଚ୍ୟୁତ ଗୋଟେ ଟିମ ହୋଇ  ଶହୀଦନଗର ଦୁର୍ଗାପୂଜା ସମିତିର ଉନ୍ନତି ନିମନ୍ତେ ବହୁ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଦେବାଶିଷ ସାମିଲ ହୋଇଥିଲେ। ଆଜି ସେଇ ପୁରୁଣା ଦଳରୁ ଜଣେ ଚିର ଦିନ ପାଇଁ ଚାଲିଗଲେ, ଏହା ବହୁତ ଦୁଃଖ ଦାୟକ ଅଟେ, କଥାରେ ଅଛି ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ବି ମରଇ, ତେଣୁ ସମସ୍ତଙ୍କୁ ଦିନେ ନା ଦିନେ ମହାପ୍ରଭୁ ଙ୍କ ପାଖକୁ ଫେରିଯିବାକୁ ପଡ଼ିବ, ତାଙ୍କ ବିୟୋଗରେ ଆଜୀବନ ସଦସ୍ୟ ମାନେ ବହୁତ ଦୁଃଖିତ ବୋଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ, ଶହୀଦନଗର ଦୁର୍ଗା ପୂଜା ସମିତି ଭୁବନେଶ୍ୱର।

 

powered by social2s