ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ବାତ୍ୟା ‘ଅକୱାନ୍’ ପ୍ରଭାବିତ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ରାୟଗଡ଼ା ଜିଲ୍ଲାରେ ଜରୁରୀକାଳୀନ ସେବା ପାଇଁ ୮୯ ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୧୨୮ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଏହାର ପ୍ରଭାବରେ ୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏଥିରେ ୬୦୭୩୮୩ ଗାଈ ବଳଦ ବାଛୁରୀ ଏବଂ ୫୭୮୦୬୪ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୯୬୨୨୭୧ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ୨୬ ଗାଈ ବଳଦ ବାଛୁରୀ, ୨୨ ଛେଳି ମେଣ୍ଢା ଏବଂ ୩୧୭ କୁକୁଡ଼ାଙ୍କର ଜୀବନ ହାନି ହୋଇଛି । ମୋଟ ୧୬୨୨୯୦ ଚାଷୀ ପ୍ରଭାବିତ ହୋଇଛନ୍ତି । ୧୩୦୧ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇ ୨୩ ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି । ଯେକୌଣସି ଆପାତକାଳୀନ ପରିସ୍ଥିତିରେ ସହାୟତା ପାଇଁ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟର କଣ୍ଟ୍ରୋଲ ରୁମ୍ ନମ୍ବର ୭୨୦୫୫୯୮୧୨୫ ରେ ଯୋଗାଯୋଗ କରିବାକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା; ୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ, ୫୩୮୦ ପ୍ରାଣୀ ଚିକିତ୍ସିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

