ଭୁବନେଶ୍ୱର: ଓଡ଼ିଶାର ପ୍ରତ୍ୟେକ ଗାଁକୁ ମୋବାଇଲ ନେଟୱାର୍କ ସହ ଯୋଡ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମାର୍ଚ୍ଚ ୨୦୨୭ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ। ବିଧାନସଭାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଯେଉଁ ଗାଁରେ ଏଯାଏଁ ଟାୱାର ନାହିଁ, ସେଠାରେ ନୂଆ ଟାୱାର ବସିବ। ଏଥିପାଇଁ କେନ୍ଦ୍ର ଟେଲିକମ୍ ବିଭାଗ ସହ ଚୁକ୍ତି ହୋଇସାରିଛି। ଆଗାମୀ ୩ ବର୍ଷ ମଧ୍ୟରେ ସବୁ ଗାଁରେ ଇଣ୍ଟରନେଟ ପହଞ୍ଚିବ। ୩୧୪ ବ୍ଲକକୁ ପଞ୍ଚାୟତ ଡାଟା ଏକ୍ସଚେଞ୍ଜ ସେଣ୍ଟର କରାଯିବ। ଏହା ଦ୍ୱାରା ଗାଁ ଲୋକଙ୍କୁ ଡିଜିଟାଲ ସେବା ସହଜ ହେବ।
powered by social2s

