ଭୁବନେଶ୍ୱର : ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ହେଲିକପ୍ଟରରେ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିବା ପରେ ସେ ସିଧାସଳଖ ପୁରୁଷୋତ୍ତମପୁର ପହଞ୍ଚିଥିଲେ। ହାଣ୍ଡିଘରରେ ଗାଁ ଲୋକଙ୍କ ସହ ଭେଟି ସେମାନଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ। ଏହାପରେ ନିଜେ ଚପଲ ଖୋଲି ବିଲ ଭିତରକୁ ପଶି ଧାନ ଫସଲର କ୍ଷତି ଦେଖିଲେ। ଚାଷୀଙ୍କ ସହ କଥା ହୋଇ କେତେ କ୍ଷତି ହୋଇଛି ପଚାରି ବୁଝିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ରାଜସ୍ବ ମନ୍ତ୍ରୀ ମଧ୍ୟ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ବିପଦ ବେଳେ ସରକାର ଲୋକଙ୍କ ପାଖରେ ଅଛନ୍ତି। କାହାକୁ ଅସୁବିଧା ହେବାକୁ ଦିଆଯିବ ନାହିଁ। ଶୀଘ୍ର କ୍ଷତି ଆକଳନ କରି ସହାୟତା ଦିଆଯିବ।
powered by social2s

