କ୍ରାନ୍ତି ଅନୁଷ୍ଠାନ ତରଫରୁ ରେଡ୍ ରୋଜ ଶିଶୁ ମହୋତ୍ସବ ଅବସରରେ ସାଂସ୍କୃତିକ ଓ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ ପ୍ରଥମ ସରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ରେଡ୍ ରୋଜ ଶିଶୁ ମହୋତ୍ସବ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ ସହ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ରେଡ୍ ରୋଜ ଚିଲଡ୍ରେନ ଫେଷ୍ଟିଭାଲ -୨୦୨୬ ସ୍ଥାନୀୟ ସରକାରୀ ଆଇ ଟି ଆଇ ପ୍ରେକ୍ଷାଳୟ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି। ଏହି ଅବସରରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ଆଇ ଏସ ଆର ଡି ନିର୍ଦ୍ଦେଶକ ତଥା ଗଞ୍ଜାମ ଜିଲ୍ଲା ଯୋଜନ ବୋର୍ଡ ମେମ୍ବର ସୁଧୀର ସାବତ ଓ ବ୍ରହ୍ମପୁର ଡେଣ୍ଟାଲ କ୍ଲିନିକ୍ ର ଦନ୍ତ ଚିକିତ୍ସକ ଦେବ୍ୟାନି ଦେବ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ମହୋତ୍ସବ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଦର୍ଶକଙ୍କୁ ଅବଗତ କରିବା ସହ ଶିଶୁମାନଙ୍କୁ ସବୁଜ ପରିବା ଖୁଆନ୍ତୁ, ଜଙ୍କଫୁଡ୍‌ରୁ ଦୂରରେ ରଖନ୍ତୁ,ଶିଶୁ କର୍କଟ ଉପରେ ସଚେତନ କରି ଶିଶୁ କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ଡାକ୍ତର ଦେବ୍ୟାନୀ ଦେବ ପିଲାମାନଙ୍କୁ ଶିଶୁ କର୍କଟ ରୋଗର କାରଣ ଓ ନିରାକରଣ କହିବା ସହ ଧୂମ୍ରପାନ ଓ ତମାଖୁ ଠାରୁ ପିଲା ମାନଙ୍କୁ ଦୂରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ସୁଧୀର ସାବତ ଉପସ୍ଥିତ ସମସ୍ତ ଙ୍କୁ ଆଜିର ଦିନରେ କର୍କଟ ରୋଗର ଭୟାବହତା କୁ କହି, ଏହି ରୋଗକୁ କିପରି ଆମେ ସଚେତନ ହୋଇ ରୋକି ପାରିବ ସମସ୍ତଙ୍କର ସହଯୋଗ ମାଗିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର ସହ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ବ୍ରହ୍ମପୁର ଓ ନିକଟସ୍ଥ ପାଞ୍ଚ ଗୋଟି ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ତିନି ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ଦେବରାଜ ରାଉତ, ସଂଜୟ ରଥ,ଅନିଲ କୁମାର ସେଠୀ, ବିଜ୍ଞାନ ଚନ୍ଦ୍ର ମହାରଣା, ମାନସ ରଥ,ପରମାନନ୍ଦ ପଣ୍ଡା,,ଧନଜୟ ପାଣିଗ୍ରାହୀ,ଚର୍ଚ୍ଚିକା ଦାଶ ,ଚିନ୍ମୟାନନ୍ଦ ଦାଶ , ପୁର୍ଣ୍ଣଚନ୍ଦ୍ର ସାହୁ ଓ ଆଇ ଏସ ଆର ଡି ର ପ୍ରଭାତ ପାଢ଼ୀ,ଗୋପାଳ ବେହେରା ଓ ଶୟନୀ ମଲିକ୍ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

powered by social2s