ଭୁବନେଶ୍ୱର: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩.୫ କୋଟି ଓଡ଼ିଆ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିନ୍ନ ଚନ୍ଦ୍ର ହୋମିଓପାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ଚଳିତ ବର୍ଷର ସ୍ୱାସ୍ଥ୍ୟ ବଜେଟ୍ ୨୩,୧୮୨ କୋଟି ଟଙ୍କା ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟରେ ୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ଘୋଷଣା କରାଯାଇଛି। ଏହା ସହ ୩ଟି ଡେଣ୍ଟାଲ କଲେଜ ଏବଂ ୧୦ରୁ ଅଧିକ ଜିଲ୍ଲାରେ ନର୍ସିଂ କଲେଜ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
powered by social2s

