ଭୁବନେଶ୍ୱର: ସକାଳ ୯ ଟା ରୁ ଆରମ୍ଭ ହୋଇଛି ବାତ୍ୟା ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଧାମରା ର ଉତ୍ତର ଓ ବାଲେଶ୍ବର ର ଦକ୍ଷିଣ ରେ ଲ୍ୟାଣ୍ଡଫଲ ଆରମ୍ଭ। ଦିନ ୧ ସୁଦ୍ଧା ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ବାଲେଶ୍ବର ଓ ଭଦ୍ରକ ର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଏବେ ପବନ ର ବେଗ ୧୩୦ ରୁ ୧୪୦ ରହିଛି। ବାଲେଶ୍ବର ପରେ ମୟୁରଭଞ୍ଜ ଯିବା ବାତ୍ୟା। ଦିନ ୩ ଟା ଯାଏଁ ବାଲେଶ୍ବର ଓ ଭଦ୍ରକ ରେ ବାତ୍ୟାର ପ୍ରଭାବ ରହିବ। ଅପରାହ୍ନ ପରେ ମୟୁରଭଞ୍ଜ ଜିଲ୍ଲାର ବର୍ଷା ଓ ପବନ ବଢିବାର ସମ୍ଭାବନା ରହିଛି। ମଧ୍ୟରାତ୍ରୀ ରେ ବାତ୍ୟା ୟାସ ମୟୁରଭଞ୍ଜ ରୁ ଝାରଖଣ୍ଡ ଚାଲିଯିବ।
powered by social2s

