ଗୁପ୍ତକ୍ଷେତ୍ର ସଖିବଟ ରେ ପଦ୍ମଵେଶ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଗୁପ୍ତକ୍ଷେତ୍ର ଭାବେ ପରିଚିତ ପର୍ଯ୍ୟଟନସ୍ଥଳୀ ସଖିବଟ ରେ କାର୍ତ୍ତିକ ପୂଣ୍ଣିମା ଅବସରରେ ମହାପ୍ରଭୁ ଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି l ସମ୍ପୂର୍ଣ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପଦ୍ମଵେଶ ଅନୁଷ୍ଠିତ ହୋଇଛି l ଏହି ବେଶ କୁ ମହାପ୍ରଭୁ ଙ୍କୁ ଲାଗି କରାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୁତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ଏହି ଅବସରରେ ପ୍ରତ୍ୟୁଷ ରୁ ଆନନ୍ଦବଜାର ରେ ନିଃଶୁଳ୍କ ପ୍ରସାଦ ବ୍ୟବସ୍ତା ହଜାର ହଜାର ଭକ୍ତ ଙ୍କ ପାଇଁ ସଖିବଟ ଉନ୍ନୟନ ପରିଷଦ ପକ୍ଷରୁ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ପରାମର୍ଶଦାତା ନିମାଇଁ ଚରଣ କର, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ମନୋଜ ରାଉତ, ଅଜୟ ନାଥ ଶର୍ମା, ଗୋପୀନାଥ ସ୍ୱାଇଁ ଙ୍କ ସମେତ ସଖିବଟ କମିଟି ର ନୂତନ ସଭାପତି ସୁବନି ସାହୁ, ବୈଷ୍ଣବ ଚରଣ ସ୍ୱାଇଁ, ଦୀନବନ୍ଧୁ ସ୍ୱାଇଁ, ସମୀର ରଞ୍ଜନ ବିଶ୍ୱାଳ, ପତିତପାବନ ବିଶ୍ୱାଳ,ଶିବତ୍ସ ନାୟକ, ଚକ୍ରଧର ବିଶ୍ୱାଳ, ଭୀମସେନ ସ୍ୱାଇଁ, ସୁବାସ ମଲ୍ଲ, ଲକ୍ଷ୍ମଣ ସାହୁ ଓ ପଣ୍ଡିତ ପ୍ରତାପ ଚନ୍ଦ୍ର ପତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l

powered by social2s