ଭୁବନେଶ୍ୱରରେ ବଢ଼ିଲା ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଏବେ ଶୀତର ପ୍ରଭାବ ସ୍ପଷ୍ଟ ବାରି ହେଲାଣି। ସକାଳୁ ସକାଳୁ ହାଲୁକା କୁହୁଡ଼ି ସହ ଥଣ୍ଡା ପବନ ବହୁଛି। ଗତ ୩ ଦିନ ମଧ୍ୟରେ ତାପମାତ୍ରା ୭.୬°C ପର୍ଯ୍ୟନ୍ତ ଖସି ଯାଇଛି। ୨୪ ତାରିଖ ସକାଳ ୫ଟା ୩୦ରେ ତାପମାତ୍ରା ୨୫°C ଥିବା ବେଳେ ୨୫ ତାରିଖରେ ତାହା ୨୨.୨°C କୁ ଖସି ଆସିଥିଲା। ୨୬ ତାରିଖରେ ଆହୁରି କମି ୨୧.୨°C ରେ ପହଞ୍ଚିଛି। ତାପମାତ୍ରା କମିବା ଯୋଗୁଁ ସକାଳେ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଲୋକେ ଏବେ ସ୍ୱେଟର୍ ଓ ଗରମ ପୋଷାକ ବାହାର କରିଲେଣି। ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସମ୍ଭାବନା ରହିଛି।

powered by social2s