ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଲି ଫାମିଲି ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ ଉତ୍ସବ ଅବସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ହାଉଜ୍ ଖାସ ଜଗନ୍ନାଥ ମନ୍ଦିର ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ପ୍ରଧାନଙ୍କ ନିଷ୍ଠାପର ସେବା, ସାମାଜିକ କାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦିଲ୍ଲୀରେ ରହୁଥିବା ଓଡ଼ିଆ ସମାଜ ପାଇଁ ସେ ଦୀର୍ଘ ଦିନ ଧରି ସେବା କାର୍ଯ୍ୟ କରି ଆସୁଛନ୍ତି। ଜଗନ୍ନାଥ ମନ୍ଦିରର ପରିଚାଳନା ସହ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଭୂମିକା ରହିଛି। ଉଦଘାଟନୀ ଉତ୍ସବରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ଓଡ଼ିଆ ସମାଜ ପାଇଁ ଗର୍ବର ବିଷୟ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
ଉପରାଷ୍ଟ୍ରପତିଙ୍କ ଦ୍ୱାରା ରବୀନ୍ଦ୍ର ନାଥ ପ୍ରଧାନ ସମ୍ବର୍ଦ୍ଧିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

