ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମ୍ ୟୁନିଭର୍ସିଟି (ନୂଆ କ୍ୟାମ୍ପସ) ଠାରେ ୨୮ ନଭେମ୍ବର ୨୦୨୬ ରେ ୟୁନିଭର୍ସିଟି ଅଡିଟୋରିୟମ୍ରେ ଫାଉଣ୍ଡେସନ୍ ଡେ ଓରେସନ୍ ’୨୬ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଫାଉଣ୍ଡେସନ୍ ଓରେଟର୍ ପ୍ରଫେସର ଡେଭିଡ୍ ମାଇକେଲ୍ ଗାନ୍ ଙ୍କୁ ହନୋରାରୀ ଡକ୍ଟରେଟ୍ ଇନ୍ ସାଇନ୍ସ ସମ୍ମାନ ପ୍ରଦାନ। ପ୍ରଫେସର ମାଇକେଲ୍ ଗାନ୍ କମାଣ୍ଡର୍ ଅଫ୍ ଦି ମୋଷ୍ଟ ଏକ୍ସେଲେଣ୍ଟ ଅର୍ଡର୍ ଅଫ୍ ଦି ବ୍ରିଟିଶ୍ ଏମ୍ପାୟାର୍ (ସି.ବି.ଇ.), ଫେଲୋ ଅଫ୍ ଦି ରୟାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଏଫ୍.ଆର୍.ଇଞ୍ଜି.) ଏବଂ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍ର ଚେୟାରପର୍ସନ୍ ଅଟନ୍ତି। ସାଇନ୍ସ, ଇଞ୍ଜିନିୟରିଂ, କ୍ଲିନ୍ ଏନର୍ଜି ଟ୍ରାନ୍ଜିସନ୍ ଏବଂ ଗ୍ଲୋବାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ଲିଡର୍ସିପ୍ କ୍ଷେତ୍ରରେ ତାଙ୍କର ଲିଡିଂ କଣ୍ଟ୍ରିବ୍ୟୁସନ୍ସ କୁ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ସେ କ୍ଲିନ୍ ଏନର୍ଜି ଏବଂ ଏନଭାୟରନମେଣ୍ଟାଲ୍ କନଜରଭେସନ୍ କ୍ଷେତ୍ରରେ ଜଣେ ଗ୍ଲୋବାଲ୍ ପାଇଓନିୟର୍ ଭାବେ ପରିଚିତ। ଏହି ଅବସରରେ ଏକ୍ସଆଇଏମ୍ ୟୁନିଭର୍ସିଟିର ବୋର୍ଡ ଅଫ୍ ଗଭର୍ନର୍ସର ଚେୟାରମ୍ୟାନ୍ ଏମେରିଟସ୍ ଶ୍ରୀ ରାଜୀବ କୌଲ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଏକ୍ସଆଇଏମ୍ ୟୁନିଭର୍ସିଟିର ପ୍ରୋ-ଭାଇସ୍ ଚାନ୍ସେଲର୍ ପ୍ରଫେସର ଶୁଭଜ୍ୟୋତି ରାୟ ଫର୍ମାଲ୍ ସାଇଟେସନ୍ ପାଠ କରିଥିଲେ।
ପରେ ବୋର୍ଡ ଅଫ୍ ଗଭର୍ନର୍ସର ଚେୟାରମ୍ୟାନ୍ ଫାଦର୍ ସନି ଜାକବ୍, ଏସ୍.ଜେ., ଚେୟାରମ୍ୟାନ୍ ଏମେରିଟସ୍ ଶ୍ରୀ ରାଜୀବ କୌଲ୍ ଏବଂ ଏକ୍ସଆଇଏମ୍ ୟୁନିଭର୍ସିଟିର ଭାଇସ୍ ଚାନ୍ସେଲର୍ ଡକ୍ଟର ଫାଦର୍ କେ.ଏସ୍. କାସିମିର୍, ଏସ୍.ଜେ. ମିଳିତ ଭାବେ ପ୍ରଫେସର ଗାନ୍ଙ୍କୁ ହନୋରାରୀ ଡକ୍ଟରେଟ୍ ଇନ୍ ସାଇନ୍ସ ଉପାଧି ପ୍ରଦାନ କରିଥିଲେ। ଫାଉଣ୍ଡେସନ୍ ଡେ ଭାଷଣ ପ୍ରଦାନ କରି ପ୍ରଫେସର ଗାନ୍ ସାଇଣ୍ଟିଫିକ୍ ବ୍ରେକଥ୍ରୁ,ସଷ୍ଟେନେବଲ୍ ଏନର୍ଜି ଇନୋଭେସନ୍ ଏବଂ ଗ୍ଲୋବାଲ୍ ଷ୍ଟିୱାର୍ଡସିପ୍ ସମ୍ପର୍କରେ ମୂଲ୍ୟବାନ ମତାମତ ରଖିଥିଲେ। ସେ କହିଥିଲେ ଯେ, ବଢ଼ୁଥିବା ନ୍ୟାଚୁରାଲ୍ କାଲାମିଟିଜ୍ ଏବଂ କ୍ଲାଇମେଟ୍ କ୍ରାଇସିସ୍ରୁ ବିଶ୍ୱକୁ ସୁରକ୍ଷା ଦେବାରେ ଫ୍ୟୁଜନ୍ ଏନର୍ଜି ଏକ ଡିସାଇସିଭ୍ ରୋଲ୍ ପ୍ଲେ କରିବ। ଫସିଲ୍ ଫୁଏଲ୍ରୁ ନିର୍ଗତ ହେଉଥିବା ପୋଲୁଟାଣ୍ଟ ଗ୍ୟାସ୍ ବିଶ୍ୱକୁ ସିଭିୟର୍ ଡିଜାଷ୍ଟର୍ସ ଏବଂ ଗ୍ଲୋବାଲ୍ ୱାର୍ମିଂ ଆଡ଼କୁ ଠେଲି ଦେଇଛି ବୋଲି ସେ ମେନସନ୍ କରିଥିଲେ। ଫ୍ୟୁଜନ୍ ଏନର୍ଜି ଲିମିଟ୍ଲେସ୍, ସେଫ୍ ଏବଂ କାର୍ବନ୍-ଫ୍ରି ପାୱାର୍ ଜେନେରେଟ୍ କରିପାରିବ। ଏହା ଏନର୍ଜି କ୍ରାଇସିସ୍ର ଏକ ଲଙ୍ଗ୍-ଟର୍ମ ସଲ୍ୟୁସନ୍ ପ୍ରଦାନ କରିବା ସହ ଫ୍ୟୁଚର୍ ଜେନେରେସନ୍ ପାଇଁ ପୃଥିବୀକୁ ସୁରକ୍ଷିତ ରଖିବାରେ ସପୋର୍ଟିଭ୍ ହେବ ବୋଲି ସେ ବୁଝାଇଥିଲେ। ଏହାପରେ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ସହ ଏକ ଇଣ୍ଟରାକ୍ଟିଭ୍ କ୍ୱେଶ୍ଚନ୍ ଆଣ୍ଡ୍ ଆନ୍ସର୍ ସେସନ୍ ହୋଇଥିଲା।
ଏହି ଅବସରରେ ଫାଦର୍ ଏସ୍. ଆଣ୍ଟୋନି ରାଜ୍, ଏସ୍.ଜେ. (ରେଜିଷ୍ଟ୍ରାର୍); ପ୍ରଫେସର ଡକ୍ଟର ଫାଦର୍ ଆରୋକିୟା ଦାସ୍ ଭି., ଏସ୍.ଜେ. (ଚିଫ୍ ଫାଇନାନ୍ସ ଅଫିସର୍ ଏବଂ ଡେପୁଟି ରେଜିଷ୍ଟ୍ରାର୍, ଓଲ୍ଡ କ୍ୟାମ୍ପସ୍); ଡକ୍ଟର ଅର୍ପିତା ଜେନା (ଡେପୁଟି ରେଜିଷ୍ଟ୍ରାର୍); ଫାଦର୍ ଜର୍ଜ ଫର୍ଣ୍ଣାଣ୍ଡିଜ୍, ଏସ୍.ଜେ. (ଆଡମିନିଷ୍ଟ୍ରେଟର୍, ଏକ୍ସଆଇଏମ୍ ୟୁନିଭର୍ସିଟି ଏବଂ ସୁପିରିଅର୍, ଏକ୍ସଆଇଏମ୍ ଜେସୁଇଟ୍ କମ୍ୟୁନିଟି), ବୋର୍ଡ ଅଫ୍ ଗଭର୍ନର୍ସର ମେମ୍ବର୍ସ, ଡିନ୍ସ୍, ଫ୍ୟାକଲ୍ଟି, ଷ୍ଟାଫ୍,ମିଡିଆ ରିପ୍ରେଜେଣ୍ଟେଟିଭସ୍ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ଏକ୍ସଆଇଏମ୍ ୟୁନିଭର୍ସିଟିର ଭାଇସ୍ ଚାନ୍ସେଲର୍ ଡକ୍ଟର ଫାଦର୍ କେ.ଏସ୍. କାସିମିର୍, ଏସ୍.ଜେ. ଭୋଟ୍ ଅଫ୍ ଥ୍ୟାଙ୍କସ୍ ପ୍ରଦାନ କରିଥିଲେ। ଏହାପରେ ନ୍ୟାସନାଲ୍ ଆନ୍ଥେମ୍ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ଏକ୍ସଆଇଏମ୍ ୟୁନିଭର୍ସିଟିର “ଫାଉଣ୍ଡେସନ୍ ଡେ ଓରେସନ୍ ’୨୬” ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

