ଭୁବନେଶ୍ୱର: ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ ପରେ ପ୍ରଭାବିତ ଜିଲ୍ଲା ଗୁଡିକର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପ୍ରଭାବିତ ଲୋକଙ୍କ ପାଇଁ ୭ ଦିନ ରିଲିଫ ଘୋଷଣା କରିଛନ୍ତି। ୧୨୮ ଟି ଗାଁ ର ଲୋକମାନଙ୍କୁ ରିଲିଫ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଭିତ୍ତିଭୂମି ପୁନୋରୋଧ୍ୟାର ନେଇ କ'ଣ ବାଧା ଉପୁଜୁଛି ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ବିଦ୍ୟୁତ ସରୋବରାହ ବାଧା ପ୍ରାପ୍ତ ହୋଇଥିବା ସ୍ଥାନ ଗୁଡିକ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନାନ୍ତରିତ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବାକୁ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତା ଗୁଡିକୁ ୨୪ ଘଣ୍ଟା ସମୟ ମଧ୍ୟରେ ମରାମତି କରିବା କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ ପ୍ରଭାବିତ ଜିଲ୍ଲା ଗୁଡିକର ଜିଲ୍ଲାପାଳ ଉପସ୍ଥିତ ଥିଲେ।
powered by social2s

