ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ୧୬ ଦିନ ପ୍ରଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଜୁନ ୧୭ ତାରିଖ ସକାଳ ୫ ଟା ଯାଏଁ ରହିବ ଲକଡାଉନ। ପୂର୍ବ ଭଲି ଶନି ଓ ରବିବାର ସାପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ତେବେ ୩ ଟି ଜିଲ୍ଲାରେ ଲକଡାଉନ ସମୟ କଟକଣା କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କଟକଣା କୋହଳ କରାଯାଇଛି। କୋଭିଡ ମାମଲା ହ୍ରାସ ପାଉଥିବାରୁ ସକାଳ ୭ ଟା ରୁ ଅପରାହ୍ନ ୧ଟା ଯାଏଁ ଦୋକାନ ବଜାର ଖୋଲିବା ପାଇଁ ମିଳିଛି ଅନୁମତି।
powered by social2s

